କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବା ବେଳେ ଆଗକୁ ତୃତୀୟ ଲହର ମଧ୍ୟ ଆସିବ । ତୃତୀୟ ଲହରରେ ଛୋଟ ଛୁଆ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ନଜରରେ ରଖି ଛୋଟ ଛୁଆଙ୍କୁ କିଭଳି କରୋନା ଦାଉରୁ ବଂଚେଇ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୨ରୁ ୧୮ ବର୍ଷ ଯାଏ ପିଲାଙ୍କୁ ଦିଆଯିବ କୋଭିଡ ଟିକା । ଶିଶୁ ଓ ନାବାଳକଙ୍କ ଉପରେ କରୋନା ଟିକା ଦେବା ପାଇଁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି।
କାନାଡାରେ ୧୨ରୁ ୧୮ ବର୍ଷ ବୟସ୍କ ଏବଂ ଆମେରିକାରେ ୧୨ରୁ ୧୫ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକାକରଣକୁ ଅନୁମତି ପ୍ରଦାନ କରାଯାଇଛି ।ତେଣୁ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଜରୁରୀ ହୋଇପଡିଛି । ଏତିକିବେଳେ ଦେଶୀ ଟିକା କୋଭାକ୍ସିନର ପ୍ରଥମ ଟ୍ରାଏଲ ଶେଷ ହୋଇଛି। ଏବେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକ୍ ନିଷ୍ପତ୍ତି ନେଇଛି। ଏଥିପାଇଁ ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ ସିଡିଏସସିଓ ସଂଗଠନର ସବଜେକ୍ଟର ଏକ୍ସପର୍ଟ କମିଟି କ୍ଲିନିକାଲ ଟ୍ରାଏଲକୁ ସ୍ୱିକୃତୀ ପ୍ରଦାନ କରିଛି।
ପ୍ରଥମ ପର୍ୟାୟ ଟ୍ରାଏଲ ପରେ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହି ଟ୍ରାଏଲ କରାଯିବ। ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ। ୨ରୁ ୧୮ ବର୍ଷଙ୍କ ମଧ୍ୟରେ ଶରୀରରେ କୋଭାକ୍ସିନର ପ୍ରତିକ୍ରିୟା ରୋଗ ପ୍ରତିରୋଧକ ଶକ୍ତିର ମୂଲ୍ୟାୟାନ କରିବାକୁ ଭାରତ ବାୟୋଟେକ ଆବେଦନ କରିଥିଲା ।ଏହାକୁ ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଟ୍ରୋଂଲ ଅଗ୍ରାନାଇଜେସନର ଦି ସବଜେକ୍ଟ ଏକ୍ସପର୍ଟ କମିଟି ମଂଜୁରୀ ଦେଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନି ଡିଏସଏମବି ଅନୁମୋଦନ ସହିତ ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟବର୍ତୀକାଳୀନ ନିରାପତା ତଥ୍ୟ ସିଡିଏସସିଓଙ୍କୁ ପ୍ରଦାନ କରିବେ ।