ସେପ୍ଟେମ୍ବର ୩୦ ଯାଏଁ କଟକଣା ବଢ଼ାଇଲା କେନ୍ଦ୍ର

ଆସିଲା ସେପ୍ଟେମ୍ୱର ମାସର ଗାଇଡଲାଇନ । ପୁଣି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଯାଏଁ କଟକଣା ବଢ଼ାଇଲା କେନ୍ଦ୍ର । ଭାରତ ସରକାରଙ୍କ ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ଏନେଇ ଜଣାଇଛନ୍ତି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ଏନେଇ ସତର୍କ କରାଇଛି କେନ୍ଦ୍ର । ବିଭିନ୍ନ ରାଜ୍ୟର ସରକାର ଏନେଇ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ କରୋନା ସଂକ୍ରମଣର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିବନ୍ଧକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ପର୍ବପର୍ବାଣୀ ସମୟରେ ଅତ୍ୟଧିକ ଭିଡରୁ ରକ୍ଷା ପାଇବା ପାଇଁ ପୁଣି ପାଞ୍ଚ ସୂତ୍ରୀ ଫର୍ମୁଲା ଆପଣାଇବାକୁ କହିଛି ଏମଏଚଏ ।ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଏବଂ କୋଭିଡଙ୍କ ପାଇଁ ଉପଯୁକ୍ତ ଆଚରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସଂକ୍ରମଣ କମ୍ ଥିବା ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ଏବଂ ମନିଟରିଂ ଜାରି ରଖିବାକୁ ମଧ୍ୟ କୁହାଯାଇଛି ।

ସେପ୍ଟେମ୍ବର ପର୍ୟ୍ୟନ୍ତ କରୋନା କଟକଣା ଜାରି ରହିବ । ତେବେ ଆଜିର ସଂକ୍ରମଣ ଆହୁରି ଚିନ୍ତା ବଢ଼ାଇ ଦେଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୬,୭୫୯ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ପ୍ରାୟ ଦୁଇ ମାସ ମଧ୍ୟରେ ସର୍ବାଧିକ ।

Comments (0)
Add Comment