କଣ ରହିବ ବଜେଟର ରୂପରେଖ ? ଲୋକଙ୍କୁ ମିଳିବ କେତେ ଫାଇଦା?

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ମଳା ସୀତରମଣ ସଂସଦରେ ବଜେଟ ଉପସ୍ଥାପନା କରିବେ । ପ୍ରଥମ ଥର ପାଇଁ ଏଥରକ ବଜେଟ୍ ପେପରଲେସ୍ ହେବ । । କରୋନା ମହାମାରୀ ଯୋଗୁଁ ଛପା ଯାଇନାହିଁ ବଜେଟ୍ ପୁସ୍ତିକା । ତେବେ କରୋନା ଓ ଲକଡାଉନରେ ବେହାଲ ନାଗରିକଙ୍କୁ ଏଥର କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

ଆଗାମୀ ବଜେଟ୍ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛି । ଉଭୟ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ । ଏଥର ବଜେଟ୍‌କୁ ନେଇ ସାଧାରଣଲୋକଙ୍କ ଭିତରେ ଅନେକ ଆଶା ଓ ଉପରେ ଭରସା ରହିଛି। ବିଶେଷ ଭାବେ ଚାଷୀଙ୍କୁ ସହାୟତା, ବ୍ୟବସାୟୀକୁ ନୂଆ ଦିଶା, ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାରେ ସହାୟତା ଭଳି ବିଭିନ୍ନ ଦିଗ ଉପରେ ସରକାର ଧ୍ୟାନ ଦେଇପାରନ୍ତି।

ଟ୍ୟାକ୍ସ ସ୍ଲାବ୍‌ରେ ଏଥର କୌଣସି ପରିବର୍ତ୍ତନ ହୋଇନପାରେ। ତା’ସହ ଏଥର କରୋନା ଟିକାକରଣ ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ। ଜିଲ୍ଲା ହସ୍ପିଟାଲ, ସିଏଚସି, ପିଏଚସି କ୍ଷମତା ବଢାଇବାକୁ ଦିଆଯିବ ଗୁରୁତ୍ୱ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ଇଂଟରନେଟ ଓ ଟେଲିମେଡିସିନକୁ ଗୁରୁତ୍ୱ ଦିଆଯିବ । ତେବେ ଏହି ବଜେଟ୍‌ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ବଜେଟ୍ ହେବ। କାରଣ ଏହା ଉପରେ ବହୁ ଆଶା ଓ ଭରସା ରଖିଛନ୍ତି ଶିଳ୍ପ, ବ୍ୟବସାୟ ପ୍ରତିଷ୍ଠାନଠୁ ଆରମ୍ଭ କରି ସାଧାରଣ ଜନତା। ଏଭଳି ସ୍ଥିତିରେ ବଜେଟ୍‌ର ରୂପରେଖ କେମିତି ହେବ ? ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
ସୀମାରେ ଉତ୍ତେଜନାକୁ ଦେଖି ବଢିପାରେ ପ୍ରତିରକ୍ଷା ବେଜଟ୍। ମାରେ ସାମରିକ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ବ୍ୟୟବରାଦ ସମ୍ଭାବନା ରହିଛି ।ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପାଇଁ ଅଧିକ ଖର୍ଚ୍ଚ ହେବ । ୮୩ଟି ସ୍ୱଦେଶୀ ତେଜସ ଲଢୁଆ ବିମାନ କିଣିବାକୁ ସରକାର ନିଷ୍ପତ୍ତି କରିଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କ ଅନୁସାରେ ଏଥରର ବଜେଟ୍‌ ନିଯୁକ୍ତି ଭିତ୍ତିକ ବା ଆୟ ଭିତ୍ତିକ ହେବା ଦରକାର। କାରଣ ଛାତ୍ରଛାତ୍ରୀଙ୍କ ପଢ଼ା ଶେଷ ହେବା ପରେ କାମ ମିଳୁ ନାହିଁ। ତେଣୁ ଏଥରର ବଜେଟ୍ ନିଯୁକ୍ତି ଭିତ୍ତିକ ହେଲେ ବେକାରୀ ସଂଖ୍ୟା କମିବା ସହିତ ନିଯୁକ୍ତି ମିଳିପାରିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ତା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଉପରେ ନିୟନ୍ତ୍ରଣ ରହିବା ଦରକାର ବୋଲି ଛାତ୍ରଛାତ୍ରୀମାନେ ଦାବି କରିଚନ୍ତି।


କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଗ୍ରାମାଂଚଳ ଅର୍ଥନୀତି । କୃଷି ଓ ଏମଏସଏମଇ କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ସମ୍ଭାବନା ରହିଛି । କୃଷି ଓ ଏମଏସଏମଇ କ୍ଷେତ୍ରରେ ଆକର୍ଷକ ଟିକସ ରିହାତି ଘୋଷଣା ସମ୍ଭାବନା ରହିଛି ।ସରକାର ଆଗାମୀ ବଜେଟ୍ରେ ଅର୍ଥାଭାବ ଦେଇ ଗତି କରୁଥିବା ବିଜୁଳି ବିତରଣ କମ୍ପାନୀ ଅର୍ଥାତ ଡିସ୍‌କମର ପୁନରୁଦ୍ଧାର ପାଇଁ ନୂତନ ଯୋଜନା ଘୋଷଣା କରି ପାରନ୍ତି।ବଜେଟ୍‌ରେ ସରକାର ବିଜୁଳି ବିତରଣ କମ୍ପାନୀ ଉପରୁ ଚାପ କମ କରିବା ପାଇଁ ଏବଂ ଲୋକଙ୍କୁ ୨୪ ଘଣ୍ଟା ସାତ ଦିନ ବିଜୁଳି ଯୋଗାଣ ପାଇଁ ନୂତନ ଯୋଜନା ଆଣି ପାରନ୍ତି। ସରକାର ଗତ ଦିନରେ ଡିସ୍‌କମର ଆର୍ଥିକ ସଙ୍କଟକୁ ନେଇ ଆଲୋଚନା କରିଛନ୍ତି। ଏହାର ଘୋଷଣା ବଜେଟ୍‌ରେ କରାଯାଇ ପାରେ।

Comments (0)
Add Comment