ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଅନଲାଇନରେ ହେବ ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା । କରେନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟ ସରକାର ଅନଲାଇନରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଏ ନେଇ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।
ବର୍ତ୍ତମାନ ନବମରୁ ଦ୍ୱାଦଶ ଶ୍ରେଣୀର ସ୍କୁଲ ଖୋଲିବାକୁ ଅନୁମତି ଦେଇଥିବା ବେଳେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଅଭିଭାବକମାନଙ୍କ ସମ୍ମତିକ୍ରମେ ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନଲାଇନରେ କରିବାକୁ ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଛି।। ଗତ ବର୍ଷଠାରୁ ବନ୍ଦ ଥିବା ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛଡ଼ାଯାଇଛି । ଆହୁରି ମଧ୍ୟ ପ୍ରାଥମିକ ସ୍କୁଲଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି
ସେହିପରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ନିଜ ଅଧିନରେ ଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ।
ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନକୁ ଖୋଲିିବା ନେଇ ବିଭାଗ ହିଁ ସମସ୍ତ ନିଷ୍ପତ୍ତି ନେବ । ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନକୁ ପାଲନ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏଥିସହ କିଛି କ୍ଲାସ ଖୋଲିଥିଲେ ବି ଅନ୍ୟ ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢା ଜାରି ରଖିବେ ବୋଲି କୁହାଯାଇଛି ।