କାଳିଆ ଦର୍ଶନ ପାଇଁ କଟକଣା କୋହଳ

ଭକ୍ତଙ୍କ ପାଇଁ ଖୁସି ଖବର । କୋହଳ ହେଲା କୋଭିଡ କଟକଣା । ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ ।ଜାନୁୟାରୀ ୨୧ରୁ ମନ୍ଦିରରେ ଜଗା ଦର୍ଶନ ପାଈଁ କରୋନା ରିପୋର୍ଟ ଆବଶ୍ୟକ ନାହିଁ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ବସିଥିବା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି ।

ଧୀରେ ଧୀରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତ । ଆସନ୍ତା ୨୧ରୁ ବିନା କୋଭିଡ଼ ରିପୋର୍ଟରେ ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ ଠାକୁରଙ୍କ କରିପାରିବେ ଦର୍ଶନ । ୨୧ ତାରିଖରୁ ପ୍ରଥମେ ଦୈନିକ ୩୦ ହଜାର ଲୋକେ କରି ପାରିବେ ଦର୍ଶନ । କେବେଳ କୋଭିଡ ରିପୋର୍ଟରେ କଟକଣା କୋହଳ କରାଯାଇଛି । କିନ୍ତୁ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର କଟକଣା ବଳବତ୍ତର ରହିବ। ଏଣେ ଖରା ବଢ଼ୁଥିବାରୁ ପିଇବା ପାଣିର ଅଧିକ ବ୍ୟବସ୍ଥା କରାଯିବ ଓ ବିଶ୍ରାମ ପାଇଁ ଅଧିକ ସେଡ ଲାଗିବ ବୋଲି କ୍ରିଷନ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍‌ କରାଯିବ । ଏହି ଲାଇନ୍‌ ଜରିଆରେ ସେମାନେ ଜଗନ୍ନାଥ ପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ୨୧ତାରିଖରୁ ପୁରୀ ସହରବାସୀ ଠାକୁର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପୁରୀବାସୀଙ୍କ ପାଇଁ ଗୋଟିଏ ଘଣ୍ଟାର ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି । ପ୍ରଥମ ସକାଳ ୬ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ପୁରୀବାସୀ ଦର୍ଶନ କରିପାରିବେ । ଏହାପରେ ସାଧାରଣ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଆଉ ସମସ୍ତ କଟକଣା ପୂର୍ବପରି ଜାରି ରହିବ । ତେବେ ଜାନୁଆରି ୨୧ ତାରିଖଯାଏ ପୂର୍ବ ଏସଓପି ଜାରି ରହିବ।

ପୁରୀରେ ଜଗନ୍ନାଥ ଦର୍ଶନ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।ବୈଠକରେ ଦର୍ଶନ କଟକଣା କୋହଳ ନେଇ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ, ସିଡିଏମଓ, ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ସାମିଲ ଥିଲେ । ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା

Comments (0)
Add Comment