ଭୟଙ୍କର ସ୍ଥିତି

ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ୭ ମାସ ପୂର୍ବେ ରାଜ୍ୟର କରୋନା ସ୍ଥିତିଠାରୁ ବର୍ତମାନର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି । ଆଗକୁ ମଧ୍ୟ ସ୍ଥିତି ଆହୁରି ଅସମ୍ଭାଳ ହୋଇପାରେ । ରାଜ୍ୟରେ ଏବେ ସଂକ୍ରମଣ ୫ ହଜାର ପାଖାପାଖି ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ।

ରାଜ୍ୟରେ ସଂକ୍ରମଣ ଶୀର୍ଷ ଆଡକୁ ଗତି କରୁଥିବା ବେଳେ ଖୋର୍ଦ୍ଧାର ସଂକ୍ରମଣ ସଂଖ୍ୟା ଚିନ୍ତା ବଢାଇଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୮୦୦ରୁ ଅଧିକ ଆକ୍ରାନ୍ତ । ସେହିପରି ଖୋର୍ଦ୍ଧା ପଛକୁ ରହିଛନ୍ତି ସୁନ୍ଦରଗଡ ଓ ନୂଆପଡା ।ରାଜ୍ୟରୁ ଦିନକରେ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୭୩ ଜଣ ଓ ନୂଆପଡ଼ା ୫୩୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜିଲ୍ଲାରେ ୫୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।ସେହିପରି ଗୋଟିଏ ଦିନରେ କରୋନାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ାରୁ ୩, କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସରକାର କରୋନା ଚେନ ଭାଙ୍ଗିବା ପାଇଁ ନାଇଟ କର୍ଫ୍ୟୁ, ଓ ସୀମାନ୍ତବର୍ତୀ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁକରିଥିବା ବେଳେ ଗତକାଲି ପୁରା ରାଜ୍ୟର ସମସ୍ତ ସହରାଚଂଳରେ ସପ୍ତାହାନ୍ତ ସଟଡାଉନ ପାଇଁ ଘୋଷଣା କରିଛନ୍ତି । ଯେପରି ଭାବେ ସଂକ୍ରମଣ ବଢୁଛି ମେ ମାସ ବେଳକୁ ସଂକ୍ରମଣ ୧୦ ହଜାର ମଧ୍ୟ ଟପିପାରେ ।

Comments (0)
Add Comment