ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ୟ୍ୟାୟ ଟିକାକରଣ। ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ସ୍ଲୁଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ଶେଷ ହୋଇଯାଇଛି । କୋ-ୱିନ୍ ଆପର ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ମେ ୭ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂ ହୋଇଯାଇଛି। ଯାହାପରେ ଟିକା ନେବା ପାଇଁ ଆଶାୟୀ ଥିବା ଅନେକ ଲୋକଙ୍କୁ ନିରାଶ ହେବାକୁ ପଡିଛି ।
ଆଜି କୋଭିଡ୍ ସମ୍ବନ୍ଧୀୟ ସୂଚନା ଦେଇ ବିଏମସି କମିସନର କହିଥିଲେ, ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସାବାଳକ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ଦିଆଯିବ। ଲୋକମାନେ ରେଜିଷ୍ଟ୍ରେସନ୍ କରିବା ସହିତ ନିଜର ସ୍ଲୁଟ୍ ବୁକ୍ କରିବା ପରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ହେଲେ ସ୍ଲଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ବୁକ୍ ହୋଇଯାଇଛି।
ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ହିଁ , ଖୁବ କମ ସମୟରେ ସମସ୍ତ ସ୍ଲଟ୍ ବୁକ୍ ହେବା ପଛର କାରଣ ବୋଲି କୁହାଯାଉଛି। ଲୋକମାନେ ଟିକା ନେବାକୁ ବେଶ ଆଗ୍ରହୀ ଅଛନ୍ତି, ଯେଉଁ କାରଣରୁ ଖୁବ କମ୍ ସମୟରେ ସ୍ଲଟ୍ ବୁକ୍ ହୋଇଥିବା କୁହାଯାଉଛି।