ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ଆସିଛି ଆଉ ଏକ ଭଲ ଖବର । ସିରମ ଇନଷ୍ଟିଚ୍ୟୁଟ୍ର ଶୀଘ୍ର କରୋନା ଭ୍ୟାକସିନ ଶିଶୁଙ୍କୁ ମଧ୍ୟ ଦିଆଯିବ। ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ଋଢଓଗର ଗ୍ରୁପ ଡିରେକ୍ଟର ପିସି ନାମ୍ବିୟର କହିଛନ୍ତି, ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏପରିକି ସେହି ମାସରୁ ନବଜାତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରିବ ।
କେରଳର ରାଜଧାନୀ କୋଚିରେ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ନାମ୍ବିଆର ଆହୁରି କହିଛନ୍ତି, କରୋନା ବିରୋଧି ଟିକାକୁ ବିକାଶ କରି କରୋନା ଔଷଧ ପ୍ରସ୍ତୁତ ହେବ । ଯାହା ଛୋଟ ପିଲାଙ୍କୁ ମଧ୍ୟ ଦିଆଯାଇପାରିବ । ଏପ୍ରିଲ ମାସରୁ କୋଭିସିଲ୍ଡର ୨୦କୋଟି ଡ଼ୋଜ୍ ପ୍ରତି ମାସରେ ଉତ୍ପାଦନ ପାଇଁ କମ୍ପାନୀ ସକ୍ରିୟ ହେବ । ବର୍ତମାନ କମ୍ପାନୀ ମାସକୁ ୧୦ କୋଟି ଡ଼ୋଜ୍ କରୋନା ଟିକା ଉତ୍ପାଦନ କରୁଛି । ସରକାରଙ୍କୁ ସବୁଜ ସଂକେତ ମିଳିଲେ ଖୋଲା ବଜାରରେ ଟିକା ବିକ୍ରି କରିବ କମ୍ପାନୀ । ଆହୁରି ୪ କୋଭିଡ୍ ଭ୍ୟାକସିନ ଟିକା ପ୍ରସ୍ତୁତ କରିବ ଏବଂ ଏହି ସବୁ ଚଳିତ ବର୍ଷର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଆବଶ୍ୟକତା ପୂରଣ ପାଇଁ କୋଭିସିଲ୍ଡ ଭ୍ୟାକସିନର ଉତ୍ପାଦନ କ୍ଷମତା ଏପ୍ରିଲ ସୁଦ୍ଧା ୨୦ କୋଟି ଡୋଜ୍ରେ ପହଞ୍ଚିବ। ନାମ୍ବିୟର କହିଛନ୍ତି, ଦ୍ରୁତ ଗତିରେ ପରୀକ୍ଷଣ ପୂରା ହେଲେ ନୋଭୋଭ୍ୟାକ୍ସ ଭ୍ୟାକସିନ ଜୁନ ସୁଦ୍ଧା ଉପଲବ୍ଧ ହୋଇଯିବ। ଦେଶରେ ଏବେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି ।