କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାରଯାଇଥିବା ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ଟିକାକରଣ ଆରମ୍ଭ ହେବ । ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ଲଗାତାର ୩୯ ଦିନ ହେବ କରୋନା ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ସୁସ୍ଥ ହେଉଛନ୍ତି । ଭ୍ୟାକସିନକୁ ବ୍ୟବହାର ପାଇଁ ଊଉଏଓ ଅନୁମତି ଦେବା ପରେ ଏହି ପ୍ରକ୍ରିୟା ଦ୍ରୁତ ଗତିରେ କାର୍ୟ୍ୟକାରୀ ହେବା ପାଇଁ ପ୍ରସ୍ତୁତ ପ୍ରାୟତଃ ଣେଷ ପର୍ୟ୍ୟାୟରେ ପହଞ୍ଚିଛି । ଶର ହୋଇଥିବା ଟିକାର ଡ୍ରାଏ ରନ୍ ମଧ୍ୟ ସଫଳ ହୋଇଛି । ଯେଉଁଥିପାଇଁ ସରକାର ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ଦେଇଛନ୍ତି । ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ । ଏଣୁ ଭୂତାଣୁରେ ପରିବର୍ତ୍ତନ ଟିକାର କାର୍ୟ୍ୟକାରିତା ଉପରେ ସେପରି କିଛି ପ୍ରଭାବ ପକାଇବ ନାହିଁ ।
ପ୍ରଥମ ପର୍ୟ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ ଭ୍ୟାକସିନ୍ ଦିଆଯିବ । ଯେଉଁଥିରେ ସ୍ବାସ୍ଥ୍ୟ କର୍ମୀ, ପ୍ରଣ୍ଟ୍ ଲାଇନ୍ ଓ୍ବାର୍କର ଏବଂ ବୟସ୍କ ବ୍ୟକ୍ତି ଯାହାଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ, ସେମାନଙ୍କୁ ଟିକାକରଣ କରାଯିବ ।ଭାରତରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଦେଶରେ ଏବେ ଅଢେଇ ଲକ୍ଷରୁ କମ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫୬ ପ୍ରତିଶତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି ।