କେମିତି ଦିଆହେବ ଟୀକା?

ଆସନ୍ତା ବର୍ଷ ଆରମ୍ଭରୁ ଦେଶବାସୀଙ୍କ ମିଳିଯାଇ ପାରେ କରୋନା ଟିକା । ଏନେଇ ଅନେକ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଯାଇଛି ଡ୍ରାଇ ରନ ପ୍ରକ୍ରିୟା ଅଥବା ପୂର୍ବ ପ୍ରସ୍ତୁତି । ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର । ସେଇଥି ପାଇଁ ଆଜିଠୁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ, ଆସାମ, ଗୁଜୁରାଟ ଓ ପଞ୍ଜାବର ଦୁଇଟି ଲେଖାଏଁ ଜିଲ୍ଲାରେ ଦିନ ଏହି ଡ୍ରାଏ ରନ ବା ଟିକାକରଣର ମକଡ୍ରିଲ ଚାଲିବ ।

ଦେଶର ସମସ୍ତ ବ୍ୟକ୍ତିଙ୍କ ନିକଟରେ କିପରି କରୋନା ଟିକା ପହଁଚି ପାରିବ ସେନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସରକାରଙ୍କ କହିବା ମୁତାବକ ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା ଦେଶରେ ଟିକା ବିତରଣ କାର‌୍ୟ୍ୟ ଆରମ୍ଭ କରାଯିବ । ଗୋଟିଏ ପଟେ ଭାରତରେ ଟିକାକରଣ ପାଇଁ ଡ୍ରାଏ ରନ ଚାଲିଛି, ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚୀନ, ରୁଷିଆ, ୟୁଏଇରେ ନାଗରିକଙ୍କୁ କୋଭିଡ ଟିକା ଦିଆଯାଉଛି । ଏପଟେ ଆଷ୍ଟ୍ରାଜେନିକା, ଭାରତରେ ଟିକା ବ୍ୟବହାର ପାଇଁ ସରକାରଙ୍କ ଅନୁମତି ଲୋଡିଥିବାରୁ ଦେଶରେ ଜାନୁୟାରୀ ସୁଦ୍ଧା ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଭାରତକୁ ମିଳିବାକୁ ଥିବା ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ପ୍ରସ୍ତୁତ ଟିକାର ନାମ କୋଭାସିଲଡ ରଖାଯାଇଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ଓ ନୂଆ ଷ୍ଟ୍ରେନକୁ ରୋକିବାକୁ ସକ୍ଷମ ବୋଲି ଦାବି କରିଛି ଅଷ୍ଟ୍ରାଜେନିକା ।

ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି ।ଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଞ୍ଚିବ । ଏହି ସମୟରେ ଟ୍ରାଫିକ୍ ଭିଡ ଏଡାଇବା, ଭ୍ୟାକିସନର ରିଅଲ ଟାଇମ ମନିଟରିଂ ମଧ୍ୟ ପରଖା ଯିବ । ସେହିପରି ଟିକା ବିଭିନ୍ନ ରାଜ୍ୟକୁ ଦିଆଯିବା ପରେ ସମସ୍ତ ଜିଲ୍ଲା, ସହର ଏବଂ ଗାଁ ସ୍ତରରେ କିପରି ଏହାକୁ ପହଁଚାଯିବ ତାହାର ସୁବ୍ୟବସ୍ଥା ମଧ୍ୟ କରାଯିବ । ପ୍ରଥମେ ଡିପୋରେ ଗଛିତ ଥିବା ଭ୍ୟାକ୍ସିନକୁ ଭିନ୍ନ ଭିନ୍ନ ଜିଲ୍ଲାକୁ ପଠାଯିବ । ଭ୍ୟାକ୍ସିନ ନେବା ସମୟରେ ତାହାର ତାପମାତ୍ରା ଉପରେ ତୀକ୍ଷ୍ମ ନଜର ରହିବ । ସ୍ଥାନାନ୍ତରିତ ସମୟରେ ବାରମ୍ବାର ତାପମାତ୍ରା ମପାଯିବ । ତାପମାତ୍ରାକୁ ନେଇ ବିଭିନ୍ନ ଭ୍ୟାକ୍ସିନ କମ୍ପାନୀଙ୍କ ଭିନ୍ନ ଭିନ୍ନ ମତ ରହିଛି । ସମସ୍ତ ପ୍ରକ୍ରିୟା ସମାପ୍ତ ପରେ ଭ୍ୟାକ୍ସିନ ଗ୍ରହଣ ପାଇଁ ମେସେଜ ପଠାଯିବ । ପରେ ଏନେଇ ଭ୍ୟାକ୍ସିନ ଟିମକୁ ଅବଗତ କରାଯିବା ସହ ସ୍ଥାନ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯିବ ।

Comments (0)
Add Comment