ଟିକାକରଣରେ ଓଡ଼ିଶା ଆଗୁଆ

କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ । ଏଯାଏ ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ରାଜ୍ୟ ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରି ଅଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି ।

ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ । ପ୍ରତି ଦଶ ଲକ୍ଷ ବା ୧ ମିଲିୟନରେ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ୟ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି ।ଦେଶରେ ଗତ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକା ଦିଆଯାଉଛି । ସ୍ୱାସ୍ଥ୍ୟକର୍ମମାନଙ୍କୁ ପ୍ରଥମେ ଟିକା ଦିଆଯାଉଛି ।

Comments (0)
Add Comment