୧୮ରୁ୪୪: ରାଜଧାନୀ ବାହାରେ କାଲିଠୁ ଏସବୁ ଜାଗାରେ ଟିକାକରଣ

ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଟିକା ଅଭାବରୁ ଭୁବନେଶ୍ୱରରେ ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ ପ୍ରକିୟା ବନ୍ଦ ରହିଥିଲା । ହେଲେ କାଲିଠୁ ଭୁବନେଶ୍ୱର ବାହାରେ ୧୮ରୁ ୪୪ ବର୍ଷ ଯାଏ ଲୋକଙ୍କୁ ଦିଆଯିବ ଭ୍ୟାକସିନ । ଗତକାଲି ୧ ଲକ୍ଷ କୋଭିସିଲ୍ଡ ଟିକା ଆସିବାରୁ ଆସନ୍ତାକାଲିରୁ ରାଜ୍ୟର କିଛି ସହରରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।

ରାଜ୍ୟର ୪ ସହରରେ କାଲିଠୁ ୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ କୋଭିସିଲ୍ଡ ଟିକା । କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଭ୍ୟାକସିନ ଦିଆଯିବ । ତେବେ ଆସନ୍ତ ଜାଣିବା କେଉଁ ସହରକୁ ପଠାଯାଇଛି କେତେ ଟିକା । ମୋଟ ୧ ଲକ୍ଷ କୋଭିସିଲ୍ଡ ଟିକାରୁ କଟକକୁ ସର୍ବାଧିକ ୩୨ ହଜାର ୮୦୦ ଡୋଜ ଦିଆଯାଇଥିବା ବେଳେ ୩ ଲକ୍ଷ ୧୦ ହଜାର ୨୩୨ ଜଣଙ୍କୁ ଟିକାକରଣ କରାଯିବ । ସେହିପରି ବ୍ରହ୍ମପୁରକୁ ୧୯ ହଜାର , ଡୋଜ ଦିଆଯାଇଥିବା ବେଳେ ଲକ୍ଷେ ୭୧ ହଜାର ୪୦୨ ଜଣଙ୍କୁ ଟିକା ଦିଆଯିବ । ରାଉରକେଲାକୁ ୨୭ ହଜାର ୩୦୦ ଡୋଜ ଯାଇଥିବା ବେଳେ ଉପକୃତ ହେବେ ୨ ଲକ୍ଷ ୫୮ ହଜାର ୨୯ ଜଣ । ସମ୍ବଲପୁରକୁ ୨୦ ହଜାର ୯୦୦ କୋଭିସିଲ୍ଡ ଡୋଜ ଦିଆଯାଇଥିବା ବେଳେ ଲକ୍ଷେ ୯୭ ହଜାର ୭୫୯ ଜଣଙ୍କୁ ଟିକା ମିଳିବ ।

ଭୁବନେଶ୍ୱରରେ କୋଭାକ୍ସିନ ଟିକା ମିଳୁଥିବା ବେଳେ ରାଜ୍ୟ ବାହାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଭୁବନେଶ୍ୱର ବାହାରେ ପ୍ରଥମ ଡୋଜ ଟିକା ଦେବାକୁ ମନା କରାଯାଇଥିଲା । କେବେଳ ଦ୍ୱିତୀୟ ଡୋଜ ନେବାକୁ ଥିବା ବ୍ୟକ୍ତିଙ୍କୁ ଟିକା ଦେବାକୁ କୁହଯାଇଥିଲା । ହେଲେ ଶନିବାର ତ୍ତ୍ୱଓଡିଶାକୁ ଲକ୍ଷେ କୋଭିସିଲ୍ଡ ଟିକା ଆସିଥିବାରୁ କାଲିଠ ୪ ସହରରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ ପ୍ରକିୟା ଆରମ୍ଭ ହେବ ।

Comments (0)
Add Comment