ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକସିନ

ସଂକଟ ବେଳେ ରାଜ୍ୟରେ ସଂଜୀବନୀ ଅଭାବ ଦେଖାଦେଇଥିବା ବେଳେ ଏବେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ନେଭୁବନେଶ୍ୱରରେ ପହଁଚିଲା ଭ୍ୟାକସିନ । ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି । ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ସବୁ ଜିଲ୍ଲାକୁ ଏହି ଟିକା ବଣ୍ଟାଯିବ । ତେବେ ରାଜ୍ୟ ୨୫ ଲକ୍ଷ ଟିକା ମିଳିଥିବା ବେଳେ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର ଟିକା ।
ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଁଚିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଭୁବନେଶ୍ୱରରେ ଟିକା ପହଁଚିବା ପରେ, ସବୁ ଜିଲ୍ଲାକୁ ଟିକା ଗାଡ଼ି ଜରିଆରେ ଟିକା ପଠାଯିବ । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ତେବେ ଏବେ ୧ଲକ୍ଷ ୨୬ ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍‌ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି ।

୧୦ଦିନ ପାଇଁ କରି ୨୫ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । କିନ୍ତୁ ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଛି । ରାଜ୍ୟରେ ମୋଟ ୧୪ ଶହ ୭୬ ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବରୁ ୭ ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ଅଛି ।

Comments (0)
Add Comment