ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଏହି ମାମଲାର ଅନେକ ଦିଗକୁ ନେଇ ତଦନ୍ତ କରିପାରେ । ଭୋଜି ବାହାନାରେ ଚିତ୍ତରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇନି ତ? ହତ୍ୟା ପଛରେ ଟଙ୍କା ନା ଆଉ କିଛି କାରଣ ରହିଛି । ଦୁର୍ଘଟଣାସ୍ଥଳରୁ ଏତେ ଦୂରରୁ କିଭଳି ମିଳିଲା ଚିତ୍ତରଞ୍ଜନଙ୍କ ମୃତଦେହ? ଦୁର୍ଘଟଣାର ରୂପ ଦେବାକୁ ମିଛ କହୁଛନ୍ତି କି ସାଙ୍ଗ ଜଗନ୍ନାଥ? ଦୁର୍ଘଟଣା ସ୍ଥାନରୁ ନୂଆନଈ ପର୍ୟ୍ୟନ୍ତ କେମିତି ଗଲେ ଚିତ୍ତରଞ୍ଜନ? ଯଦି ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥାଏ ତେବେ ଏଥିରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ ।
ଗତ ୧୧ ତାରିଖରେ ଚିତ୍ତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ । ପରେ ୧୩ ତାରିଖରେ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଜବତ ହୋଇଥିଲା । ତେବେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିଲେ ସଞ୍ଜୟ ଦାସବର୍ମା । ଏସବୁ ଭିତରେ ସଂଜୟଙ୍କ ସହଯୋଗୀ ଚତରଞ୍ଜନ ପଲେଇଙ୍କୁ ହତ୍ୟା ଷଡଯନ୍ତ୍ର ନେଇ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କୁହାଯାଉଛି, ପୋଲିସର ଏହି ଛାନଭିନରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହା ଚିତରଞ୍ଜନଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସଂକେତ ଦେଉଛି ।