ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ ବେହେରା । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍ରେ କ୍ରାଇମ୍ବ୍ରାଞ୍ଚର ୪ ଜଣିଆ ଟିମ୍ ତାଙ୍କୁ ପଚରାଉଚରା କରୁଛି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ଲୋକେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହିତ ସଂଗ୍ରାମଙ୍କର ଅନୈତିକ ସଂପର୍କ ଥିଲା ବୋଲି କହିଛନ୍ତି। ଏହା ସହିତ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଯେଉଁ ତିନି ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଡିଏଫ୍ଓଙ୍କ ନାଁ ମଧ୍ୟ ରହିଛି।
ପୂର୍ବରୁ ପୋଲିସର ଜେରାର ସମ୍ମୁଖୀନ ହୋଇଥିବା ବେଳେ ତତ୍କାଳୀନ ଏସପି ଦେଇଥିଲେ କ୍ଲିନଚିଟ୍ । ଏବେ କ୍ରାଇମବ୍ରାଞ୍ଚ ହାତରେ ମାମଲା ରହିଥିବାରୁ ଡିଏଫଓଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବ କ୍ରାଇମବ୍ରାଞ୍ଚ । ଘଟଣାରେ ଏ ପର୍ୟ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି । ପୂର୍ବରୁ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ ।