ଶୀର୍ଷକଟିକୁ ପଢିବା କ୍ଷଣି ଆପଣ ବୁଝି ପାରୁଥିବେ ଆମେ କହୁଛୁ ବିଜୁ ଜନତା ଦଳର ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କଥା । ନିକଟରେ ମୁଖ୍ୟମନ୍ତ୍ରୀ ନୁଆପଡା ଗସ୍ତରେ ଯାଇଥିବା ବେଳେ ସେଠି ଏମିତି କିଛି ଘଟଣା ଘଟିଲା ଆଉ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ଚପିଗଲା, ତାକୁ ଦେଖି ବିଜେଡି କର୍ମୀ କହିବା ଆରମ୍ଭ କରିଦେଲେ ବବି ଭାଇ ଅଛନ୍ତି ମାନେ ଆଉ ଚିନ୍ତା କରିବାର କିଛି କାରଣ ନାହିଁ । ଅର୍ଥାତ୍ ଦଳର କ୍ରାଇସିସ ମ୍ୟାନେଜର ଭାବେ ଏହି ଯୁବ ନେତା ଏବେ ଉଭା ହୋଇଛନ୍ତି । ଆଉ ବାସ୍ତବତା ହେଲା, ଯେତେବେଳେ ଯେଉଁ କାମ ଏହି ନେତାଙ୍କୁ ମିଳିଛି ତାକୁ ସୁଚାରୁରୁପେ ସମ୍ପାଦନ କରିଛନ୍ତି ପ୍ରଣବ ପ୍ରକାଶ । ସେ ସଂଗଠନରେ ହେଉ ଅବା ସରକାରେ ବିପଦ ଆସିଲେ ଏବେ ବବି ବାବୁଙ୍କୁ ଖୋଜା ପଡୁଛି ।
ନୁଆପଡାରେ ଏମିତି କଣ ହେଲା ଯେ ବବିଙ୍କ ପାଇଁ ଏତେ ପ୍ରଶଂସା ଦଳୀୟ ମହଲରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନୁଆପଡା ଗସ୍ତ କାର୍ଯ୍ୟକ୍ରମ ବେଳେ ସବୁଠାରୁ ବଡ ନଜର ରହିଥିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉପରେ । ଦୀର୍ଘ ଦଶନ୍ଧି ପରେ ଏହାର ଉଦଘାଟନ କରୁଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏହା ପଛରେ ଥିଲା ଏକ ବିରାଟ ସମସ୍ୟା । ଯାହାକୁ ଦୁର କରିବା ପାଇଁ ଦାୟିତ୍ୱ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ପ୍ରଣବ ପ୍ରକାଶ ଦାସଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ନୁଆପଡା ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବେ ବୋଲି ଘୋଷଣା କରିଥାନ୍ତି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଜନତା । ସେମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇନଥିବାରୁ ଆନ୍ଦୋଳନର ଡାକରା ଦେଇଥାନ୍ତି ବିସ୍ଥାପିତ । ଯାହା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପାୱାର କରିଡର ଯାଏଁ ସବୁଠି ଚିନ୍ତାର କାରଣ ପାଲଟିଥିଲା । ଆଉ ଏହାପରେ ସାମ୍ନାକୁ ଆସିଥିଲେ ବବି ।
ପ୍ରକଳ୍ପ ପାଇଁ ୧୧ ଖଣ୍ଡ ସଂପୁର୍ଣ୍ଣ, ୧୯ ଖଣ୍ଡ ଆଂଶିକ ପ୍ରଭାବିତ ଗାଁର ୧୬ଟି ସମସ୍ୟା ଦୁର କରିବାକୁ ଦୀର୍ଘବର୍ଷ ଧରି ଆନ୍ଦୋଳନ କରୁଥିଲେ ବିସ୍ଥାପିତ । ଜିଲ୍ଲା ଡ୍ରଶାସନ ଆଲୋଚନା କରିବା ସତ୍ତେ୍ୱ ସଂପୁର୍ଣ୍ଣ ଉତ୍ତେଜନା ପ୍ରଶମିତ ହୋଇନଥାଏ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ଆଗରୁ ନୁଆପଡାରେ ପହଁଚିଲେ ବବି ବାସ ଆଉ ଲୋୟର ଇନ୍ଦ୍ର ଡାକବଙ୍ଗଳାରେ ବୁଡିଅଂଚଳ ବିସ୍ଥାପିତଙ୍କ ସହ ମାରାଥନ ବୈଠକ କଲେ । ମୁଖ୍ୟ ଶାସନ ସଚିବଙ୍କ ସହ ମିଶି ବବି ତିଖାଲିଡ୍ୟାମରେ ବିସ୍ଥାପିତ ନେତୃବୃନ୍ଦଙ୍କ ସହ ଚର୍ଚ୍ଚା କଲେ । ୧୬ଟି ଦାବି ମଧ୍ୟରୁ ୧୫ଟି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ । ଆଉ ଚୁଟକିରେ ବର୍ଷ ବର୍ଷ ଧରି ମନୋମାଳିନ୍ୟ ଅ୍ଧମ ଆନ୍ଦୋଳନ ତୁଟିଗଲା । ସ୍ଥିତି ଏମିତି ହେଲା ଯେ ବିସ୍ଥାପିତ ନିଜର ପରିବାର ସହ ଆସି ତିଖାଲିଠାରେ ଉଦଘାଟନୀ କାର୍ଯ୍ୟରେ ସାମିଲ ହୋଇଥିଲେ । ଯାହା ସମ୍ଭବପର ହୋଇଥିଲା କେବଳ ବବିଙ୍କ ପାଇଁ ।
କେବଳ ଏହି ଗୋଟିଏ ଘଟଣା ନୁହେଁ, ଏମିତି ଅନେକ ଉଦାହରଣ ରହିଛି ଯେଉଁଠି ବବି ଧୀରେ ସୁସ୍ଥେ ସବୁ କାମ କରାଇ ନେଉଛନ୍ତି ଆଉ ମୁଖିଆଙ୍କ ବିଶ୍ୱାସ ଜିତି ଚାଲିଛନ୍ତି । ସେ ଚାହିଁଥିଲେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ନିକଟରେ ବସିପାରିଥାନ୍ତେ, ସବୁ କ୍ୟାମେରାର ନଜର ତାଙ୍କ ଉପରେ ଥାନ୍ତା ହେଲେ ଏହା କରିବା ବଦଳରେ ସେ ପରଦା ପଛର ନାୟକ ହୋଇ ରହିବାକୁ ଚାହିଁଛନ୍ତି । ଯେଉଁଠି ଦଳ ଆଉ ଦଳର ମୁଖିଆଙ୍କ ପାଇଁ ସମସ୍ୟା ଅସୁଛି ତାକୁ ସମାଧାନ କରିବାକୁ ତୁରନ୍ତ ପହଁଚି ଯାଉଛନ୍ତି ବବି ଦାସ । ଆଉ ମାତ୍ର କେଇ ମିନିଟ ଅବା ଘଂଟା ଭିତରେ ନିଜ ମିଶନକୁ ସାରିଦେଇ ଆଗକୁ ବଢିଚାଲୁଛନ୍ତି । ବବିଙ୍କ ଏଭଳି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରାସ୍ତାକୁ ସହଜ କରିବା ସହ ଆଗକୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଉଛି ।