କାଲି ସରିବ ତାଲାବନ୍ଦ ଅବଧି..ଆଜି ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ କରିବେ ବଡ଼ ଘୋଷଣା

ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେବା ପାଇଁ ଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ବି ଉଚ୍ଚ ରହିଛି । କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ତେଣୁ କାଲିଠୁ କଟକଣା କୋହଳ ହେବ ନାଁ ପୂର୍ବପରି ବଳବତର ରହିବ ସେ ନେଇ ଆଜି ବଡ଼ ଘୋଷଣା କରିପାରନ୍ତି ସରକାର । ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ ଏନେଇ ବଡ଼ ଘୋଷଣା କରିପାରିନ୍ତି । ତେବେ ୮ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ତେଣୁ ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡିକରେ କଟକଣା କୋହଳ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡିକରେ ଦିନ ଗୋଟାଏ ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲୁଛି । ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି । ତେଣୁ ଏ ସମୟ କଟକଣାକୁ ଆଉ ଟିକିଏ କୋହଳ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର ଓ ମୟୂରଭଂଜ ଭଳି ଜିଲ୍ଲାରେ ଅଧିକ ସଂକ୍ରମଣ ହାର ଥିବାରୁ ସେଠାରେ କଟକଣା ଅଧିକ ରହିପାରେ ।
ଜୁନ୍ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକା ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହପିରି ମୃତ୍ୟୁସଂଖ୍ୟା ମଧ୍ୟ ୪୦ ଉପରେ ରହୁଛି । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଂଚଳରେ କୋଭିଡ କଟକଣା କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment