ଅଭିନେତା ବବି ମିଶ୍ରଙ୍କୁ ଥାନାରେ ଅଟକ । ମଦ ପିଇ ପଡ଼ୋଶୀଙ୍କୁ ମାଡ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବବିଙ୍କ ପଡ଼ୋଶୀ । ନିଶାସକ୍ତ ଅବସ୍ଥାରେ ଅଭିନେତା ବବି ମିଶ୍ର ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ କରିଛନ୍ତି ପଡ଼ୋଶୀ ତପି ମିଶ୍ର ।
ପଡୋଶୀଙ୍କ ଅଭିଯୋଗ ଅନୁସାରେ ବବିଙ୍କ ଦୋରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି । ବବିଙ୍କ ସହ ତାଙ୍କ କିଛି ସହଯୋଗୀ ମଧ୍ୟ ପଡୋଶୀଙ୍କ ଘରକୁ ଧମକ ଦେବା ସହ ଗୁଣ୍ଡା ଆଣି କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗରେ କୁହଯାଇଛି । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର । ବବି କହିଛନ୍ତି ଅଭିଯୋଗ କରିଥିବା ବ୍ୟକ୍ତି ମୋ ଅତି ଘନିଷ୍ଠ । କିଛି ରାଗ ରୁଷାକୁ ନେଇ ଏଭଳି ସମସ୍ୟା ଘଟିଛି ।
ଗାଡି ପାର୍କିଂକୁ ନେଇ ପଡୋଶୀ ଓ ତାଙ୍କ ଭିତରେ ଝଗଡା ହୋଇଥିଲା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଭଳି ଅଭିଯୋଗ କରି ତପି ମିଶ୍ର ହାଇଲାଇଟ୍ ହେବାକୁ ଚେଷ୍ଟା କରୁଥିବା କହିଛନ୍ତି ଅଭିନେତା ବବି ମିଶ୍ର ।