ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଲାଗିବ ୪୮ ଘଂଟିଆ କର୍ଫ୍ୟୁ । ସୋମବାର ମହାପ୍ରଭୁଙ୍କ ରଥଯାତ୍ରା । ତେଣୁ ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ବଡଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ଲାଗିଛି କଟକଣା । ଏହି ସମୟରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ମଧ୍ୟ ବନ୍ଦ ରହିବ । ଏହି ସମୟରେ ବଡଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା ଲାଗିବ ।
୧୦ ତାରିଖ ସୁଦ୍ଧା ସେହିପରି ଆସନ୍ତାକାଲି ସୁଦ୍ଧା ପୁରୀର ସମସ୍ତ ହୋଟେଲ,ଧର୍ମଶାଳା, ଓ ଲଜରୁ ଅତିଥିଙ୍କୁ ଖାଲି କରିବାକୁ କୁହାଯାଇଛି । ସେହିପରି ଖାଦ୍ୟ, ସଉଦା, ପନିପରିବା,କ୍ଷୀର ଦୋକାନ କର୍ଫ୍ୟୁ ସମୟରେ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ହୋଇପାରିବ । କେବେଳ ପୁରୀ ସହ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅନ୍ୟ କୌଣସି ଜିଲ୍ଲା ପାଇଁ ଏହି ନିୟମ ଲାଗୁ ହେବନି ।