ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଗାଏବ୍

ଓଡିଶାରେ ସବୁଠାରୁ ବଡ଼ ସାଇବର ଠକେଇ । ରାଜ୍ୟରେ ଏବେ ପ୍ରତିଦିନ ସାଇବର ଠକେଇର ଘଟଣା ଖବର ସାମନାକୁ ଆସୁଛି । କିନ୍ତୁ ଏଥର କଟକରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଶିଶୁ ରୋଗ ବିଶେଷଜ୍ଞ ସନାତନ ମହାନ୍ତିଙ୍କ ଆକାଉଂଟରୁ ଗାଏବ ହୋଇଯାଇଛି ୭୭ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।

କଟକର ଡାକ୍ତର ସନାତନ ମହାନ୍ତି ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ । କିନ୍ତୁ ସେ ବି ସାଇବର ଠକଙ୍କ କବଳରୁ ବର୍ତିନାହାନ୍ତି । ସନାତନଙ୍କ ଫୋନକୁ ବିଏସଏନଏଲ ସିମ ରିଚାର୍ଜ ପାଇଁ ଏକ ମେସେଜ ଆସିଥିଲା । ରିଚାର୍ଜ ନକଲେ ତାଙ୍କ ନମ୍ବର ଇନଆକ୍ଟିଭ ହୋଇଯିବ ବୋଲି ମେସେଜ ଆସିବା ପରେ ସନାତନ ବାବୁ ସେହି ନମ୍ବରକୁ କଲ କରିଥିଲେ । ରିଚାର୍ଜ ନକଲେ ଇନଆକ୍ଟିଭ ହୋଇଯିବ ବୋଲି ସାଇବର ଠକ କହିବା ପରେ ସନାତନ କହିଥିଲେ ବିଏସଏନଏଲ ଅଫିସରେ ଯାଇ ଆକ୍ଟିଭ କରିବି । ହେଲେ ଅନଲାଇନରେ ରିଚାର୍ଜ କରିବାକୁ କହିଥିଲା ଠକ । ମୋବାଇଲରେ କୁଇଜ ସର୍ପୋଟ ଆପ ଖୋଲି ବିଏସଏନଏଲ ଲେଖିବାକୁ କହିଥିଲା । ଏହା ପରେ ଆମାଉଂଟ ଆଉ ଏଟିଏମ କାର୍ଡ ନମ୍ବର ଲେଖିଲେ କାର୍ଡ ଆକ୍ଟିଭ ହୋଇଯିବ ବୋଲି କହିଥିଲେ ସାଇବର ଠକ । ଠକର କହିବା ଅନୁସାରେ ଆପ ଡାଉନଲୋଡ କରି ଏଟିଏମ କାର୍ଡ ନମ୍ବର ଦେଇଥିଲେ ସନାତନ ବାବୁ । ପରେ ସନାତନଙ୍କ ଆକାଉଂଟରୁ ପର୍ଯ୍ୟାୟକ୍ରମେ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଫେବ୍ରୁଆରୀ ୯ରେ ଡାକ୍ତର ସନାତନଙ୍କ ପାଖକୁ ଏହି ମେସେଜ ଆସିଥିଲା । ଏଟିଏମ କାର୍ଡ ଇଜ କ୍ଲୋଜଡ ।

ସନାତନ ବାବୁ ତାଙ୍କ ସହ ଠକେଇ ହୋଇଥିବା କଥା ସେତେବେଳେ ଜାଣିଥିଲେ, ଯେତେବେଳେ ଘର କାମ ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ । କିନ୍ତୁ ସେତେବେଳକୁ ଆକାଉଂଟ ଖାଲି ହୋଇସାରିଥିଲା । ଜୀବନ ଯାକର ସଂଚିତ ଅର୍ଥ ଚାଲିଯିବା ପରେ ଏବେ ଭାଙ୍ଗିପଡିଛନ୍ତି ସନାତନ । ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଫୋନଟି କୋଲକତାରୁ ଆସିଥିବା ସନ୍ଦେହ କରାଯାଉଛି । କାରଣ ଲୁଟେରା ବଙ୍ଗାଳୀ ଏବଂ ହିନ୍ଦୀ ଭାଷାରେ କଥା ହେଉଥିଲା । ଯଦି ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଏପରି ଘଟେ ତେବେ ଜଣେ ସାଧାରଣ ଲୋକଙ୍କୁ ଠକିବା କେତେ ସହଜ ହେବ ।

Comments (0)
Add Comment