ଦୁର୍ବଳ ହୋଇଯିବ ବାତ୍ୟା

ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ବାଦ । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଗଭୀର ଅବପାତ ରୂପ ନେବ ବାତ୍ୟା । । ଆଗାମୀ ୧୨ ଘଣ୍ଟା ରେ ଦୁର୍ବଳ ହେବ ଏହି ବାତ୍ୟା ।ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହେବ ବାତ୍ୟା । ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ । କ୍ରମେ ଏହା ଗଭୀର ଅବପାତ ରୂପ ନେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ତ୍ୟା ଉତ୍ତର ଉତ୍ତର ପୂର୍ବ ଗତି କରିବା ବେଳେ ଏହା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପୂର୍ବରୁ ବାତ୍ୟା ଜୱାଦର ଭୟାବହତା ନେଇ ଯେଉଁ ଅନୁମାନ କରାଯାଉଥିଲା ସେପରି ଘଟିନପାରେ ବୋଲି ଆଶ୍ୱସ୍ତ କରିଛି ପାଣିପାଗ ବିଭାଗ । ହେଲେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ କିନ୍ତୁ ପ୍ରତି ଜିଲ୍ଲାରେ ସତର୍କତା ଜାରି କରାଯିବା ସହ ଉପକୂଳବର୍ତ୍ତୀ ଇଲାକାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Comments (0)
Add Comment