ଡିସେମ୍ବର ୪ରେ ବାତ୍ୟା ! ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।ଆଜି ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ଡିସେମ୍ବର ୨ ସୁଦ୍ଧା ଅବପାତରେ ପରିଣତ ହେବ । ଏବଂ ୩ ତାରିଖରେ ବାତ୍ୟାର ରୂପ ନେବ ।
ବାତ୍ୟାର ପ୍ରଭାବରେ ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ଲାଗି ରହିବ । ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା, କାଳକ୍ରମେ ଉତ୍ତର ଉପକୂଳରେ ବଢ଼ିବ । ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୪ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି ।
ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାରେ ଲଗାଣ ବର୍ଷାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଧାନ, ଅଣଧାନ ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି ।