ପିପିଲି ଉପନିର୍ବାଚନ ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ଶେଷରେ ଘୋଷଣା ହୋଇଛି ତାରିଖ । ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ । ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି। ଏହାସହ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ଆଉ ମେ ୨ରେ ବାହରିବ ଫଳ ।
ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେଠାରେ ଖାଲିପଡଛି ଆସନ । ଉପନିର୍ବାଚନ ପାଇଁ ପିପିଲି ନିର୍ବାଚନ ମଣ୍ଡଳୀରେ ଉଷ୍ମତା ବଢିବାରେ ଲାଗିଛି । ବିଜୁ ଜନତା ଦଳର ଏହି ଆସନଟି ଥିଲା । ଲଗାତର ଭାବେ ୨୦୦ ମସିହାରୁ ଏହି ଗଡ଼ ସମ୍ଭାଳିଆସୁଥିଲେ ପ୍ରଦୀପ ମହାରଥୀ । ତେଣୁ ସେଠାରେ ବିଜେଡିର ଗଡ଼ କିଏ ବଂଚାଇବ ମହାରଥୀଙ୍କ ଉତରାଧିକାରୀ କିଏ ହେବ ତାକୁ ନେଇ ଏବେ ଚାଲିଛି ଅଙ୍କକଷା ।ମହାରଥୀଙ୍କ ପରିବାରରୁ କାହାକୁ ବିଜେଡି ସୁପ୍ରମୋ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୁଅ ରୁଦ୍ର ମହାରଥୀ କି ପତ୍ନୀ ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି ।
ପୂର୍ବରୁ ଯେତିକି ବି ଉପ ନିର୍ବାଚନ ହୋଇଛି ସବୁଠି ସସପେନ୍ସ ରଖିଥାନ୍ତି ବିଜେଡି ସୁପ୍ରିମୋ । ଶେଷ ମୁହୁର୍ତରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସରପ୍ରାଇଜ ଦେଇଥାନ୍ତି ବିଜେଡି ସୁପ୍ରିମୋ । ତେବେ ଏଥର ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେବେ ମହରଥୀଙ୍କ ପରିବାରରୁ ନା ଆଉ କାହାକୁ ତା ଉପରେ ଏବେ ନଜର ।