ଦିନବେଳା ଲାଗୁ ହୋଇପାରେ କର୍ଫ୍ୟୁ!

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୪ରୁ ୫ ଦିନ ମଧ୍ୟରେ କର୍ଫ୍ରୁ୍ୟ ଲାଗୁ ହୋଇପାରେ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏନେଇ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆସନ୍ତାକାଲିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ରାଜ୍ୟରେ ଦିନବେଳା ମଧ୍ୟ କର୍ଫ୍ୟୁ ଲାଗୁ ହୋଇପାରେ । ମୁଖ୍ୟମନ୍ତ୍ରୀ ଏନେଇ ଅନୁଧ୍ୟାନ କରୁଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇପାରେ ବୋଲି ବାଚସ୍ପତି କହିଛନ୍ତି । ସଂକ୍ରମଣ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ । ଦିନବେଳା କର୍ଫ୍ୟୁ ନେଇ ବିଚାର ବିମର୍ଶ ଓ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ।

ରାଜ୍ୟରେ ଏବେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲଛି । ଦୈନିକ ୪୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।ଦିନ ବେଳା କଟକଣାକୁ ଆହୁରି କଡାକଡି କରାଯିବ । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ କର୍ଫ୍ୟୁ ଲାଗୁ ହେବାନେଇ ବିଚାର ଚାଲିଛି । ଏନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୨୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୮୫ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୬୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments (0)
Add Comment