୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା

୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି ।

କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ଦେଶରେ ମଧ୍ୟ କରୋନାର ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ପଟେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment