ମୃତ ଶିକ୍ଷକଙ୍କୁ କୋଭିଡ ଦାୟିତ୍ୱ!

ଉମରକୋଟ: ମୃତ ଶିକ୍ଷକଙ୍କୁ କୋଭିଡ ଦାୟିତ୍ୱ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନବରଙ୍ଗପୁର ଡାବୁ ଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାମ ପାଇଁ ଚିଠି ଜାରି କରାଯାଇଛି । ତେବେ ଆଶ୍ଚର୍ୟ୍ୟ ଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ୟ୍ୟ ପାଇଁ ଚିଠି ଜାରି ହୋଇଥିବା ଜଣା ପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକ ଙ୍କ ନାମ ଲିଷ୍ଟରୁ କଟାଯାଇଥିଲା । ତେବେ ଅନେକ ଶିକ୍ଷକ ବର୍ତ୍ତମାନ ଅନୁପସ୍ଥିତ ରହିଥିବାରୁ ତରବରିଆ ଭାବରେ ମୃତ ଶିକ୍ଷକଙ୍କ ନାଁ ବି ଲିଷ୍ଟରେ ରହିଯାଇଥିବା ଚର୍ଚ୍ଚା ଚାଲିଛି।

କିଏ ଜୀବିତ ଓ କିଏ ମୃତ ତାହା ମଧ୍ୟ ଜାଣିପାରୁନାହାନ୍ତି । ଡାବୁଗାଁ ବ୍ଲକ କାର୍ୟ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଣ୍ଟ୍ରୋଲ ରୁମ୍ ରହିଛି । କଣ୍ଟ୍ରୋଲ ରୁମ୍ ପାଇଁ ବ୍ଲକ ର ଶିକ୍ଷକ ମାନଙ୍କୁ ଦିନକୁ ୪ ଟି ପର୍ୟ୍ୟାୟ ଯଥାକ୍ରମେ ସକାଳ ୭ ରୁ ୧ ଘଣ୍ଟ, ୧ ଘଣ୍ଟାରୁ ସନ୍ଧ୍ୟା ୬ , ସନ୍ଧ୍ୟା ୬ ଘଣ୍ଟାରୁ ରାତ୍ର ୧୦ ଓ ରାତ୍ର ୧୦ ଘଣ୍ଟାରୁ ସକାଳ ୭ ଘଣ୍ଟ ପର୍ୟ୍ୟନ୍ତ କାର୍ୟ୍ୟ କରିବା ନିମନ୍ତେ ଚିଠି ଜାରି ହୋଇଛି । ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି । ଚିଠି ନ ୧୮୬୩/୨୧ ରେ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ କୋଭିଡ କଣ୍ଟ୍ରୋଲ ରୁମ୍ ରେ ରହି ଶିକ୍ଷକ ମାନେ କାର୍ୟ୍ୟ କରିବେ ବୋଲି କୁହାଯାଇଛି । ତେବେ ଆଶ୍ଚର୍ୟ୍ୟ ଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ୟ୍ୟ ପାଇଁ ଚିଠି ଜାରି ହୋଇଛି । ଶିକ୍ଷକ ଜଣଙ୍କର କିନ୍ତୁ ୧୬.୦୮.୨୦୨୦ରେ ନବରଙ୍ଗପୁରରେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଏହା ତାଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଉଲ୍ଲେଖ ରହିଛି ।କିନ୍ତୁ ମୃତ୍ୟୁ ପରେ ବି ତାଙ୍କ ନାଁ କୋଭିଡ ଦାୟିତ୍ୱ ପାଇଁ ଡାବୁ ଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଜାରି ହୋଇଛି ।ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଶିକ୍ଷା ବିଭାଗର ଅଜବ ନୀତି ନେଇ ପ୍ରଶ୍ନ ଉଠିଛି ।

Comments (0)
Add Comment