ଆଇପିଏଲରୁ ବାହାରିଲେ ଷ୍ଟାର ବୋଲର ଦୀପକ ଚହର

ଚେନ୍ନାଇ ପାଇଁ ବଢିଲା ଟେନସନ । ଆଇପିଏଲରୁ ବାହାରିଲେ ଷ୍ଟାର ବୋଲର ଦୀପକ ଚହର । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିଲା ବେଳେ ପୁଣି ଏକ ଝଟକା ଲାଗିଛି ଚେନ୍ନାଇକୁ । ଦଳର ଷ୍ଟାର ବୋଲର ଦୀପକ ଚହର ଚଳିତ ଆଇପିଏଲରୁ ବାହାର ହୋଇଛନ୍ତି । ଏନେଇ ଆଇପିଏଲ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛି । ପିଠିରେ ଆଘାତ ଲାଗିବା କାରଣରୁ ଚେନ୍ନାଇ ପାଇଁ ୫ଟି ମ୍ୟାଚ ଖେଳିପାରିନଥିଲେ । ଆଉ ଏବେ ପୂରା ଆଇପିଏଲରୁ ବାଦ ପଡିଛନ୍ତି । ସେହିପରି କୋଲକାତା ନାଇଟ ରାଇଡର୍ସ ପାଇଁ ୨ଟି ମ୍ୟାଚ ଖେଳିଥିବା ରସିକ ସଲାମ ମଧ୍ୟ ପିଠି ଯନ୍ତ୍ରଣା ଯୋଗୁଁ ଆଇପିଏଲରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ମିଳିବ ।

Comments (0)
Add Comment