‘ଆବଶ୍ୟକ ହେଲେ ଲକଡାଉନ୍ କର’

ଦିଲ୍ଲୀରେ ସ୍ଥିତି ଅସମ୍ଭାଳ । ପ୍ରଦୂଷଣ ସ୍ତର ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ପ୍ରଦୂଷଣର ଗମ୍ଭୀରତାକୁ ଦେଖି ୨ ଦିନର ଲକଡାଉନ ପାଇଁ ପ୍ରସ୍ତାବ ଦେଇଛନ୍ତି କୋର୍ଟ ।
ବିଚାରପତି ଏନ. ବି. ରମନ୍ନାଙ୍କ କହିବା ମୁତାବକ, ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ଏହାର ମୁଖ୍ୟ କାରଣ ହେଉଛନ୍ତି ଖୋଦ୍ ଦିଲ୍ଲୀ ସରକାରଙ୍କ କଟକଣାର ଅଭାବ । ୬୦ ପ୍ରତିଶତ ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ, ନିର୍ମାଣାଧିନ କାର୍ୟ୍ୟକଳାପ ଯୋଗୁଁ ହେଉଛି ।କେବଳ ଚାଷୀଙ୍କୁ ଦୋଷ ଦେଇ ବସିପଡିଛନ୍ତି ଦିଲ୍ଲୀ ସରକାର । ଏଯାଏଁ ନିଜେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି ।
ପ୍ରଦୂଷଣ ସମ୍ବନ୍ଧିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘ଆପଣ କୃଷକଙ୍କୁ ଦାୟୀ କରୁଛନ୍ତି । ଏହା କେବଳ ୪୦ ପ୍ରତିଶତ । ଦିଲ୍ଲୀ ଲୋକଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।
ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ୟ୍ୟକାନ୍ତ ଅଛନ୍ତି । ନଡ଼ା ନଷ୍ଟ କରିବା ପାଇଁ କୃଷକଙ୍କୁ କାହିଁକି ମାଗଣାରେ ମେସିନ୍ ଦିଆଯାଇ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । କୋର୍ଟ କହିଛନ୍ତି, ସ୍ଥିତି ବହୁତ ଖରାପ । ଘରେ ମଧ୍ୟ ମାସ୍କ ଲଗାଇବାକୁ ପଡ଼ୁଛି । କୋର୍ଟ ଆହୁରି କହିଛନ୍ତି ନଡ଼ା ନିଆଁ କଥା କାହିଁକି କହୁଛ ? ବଶ୍ୟକ ହେଲେ ଦିଲ୍ଲୀରେ ୨ ଦିନ ଲକଡାଉନ୍ କରନ୍ତୁ । ଭାବନ୍ତୁ ଲୋକେ କେମିତି ରହିବେ ? ତୁରନ୍ତ ଜରୁରୀ ବୈଠକ ଡାକି ନିଷ୍ପତ୍ତି ନିଅନ୍ତୁ । ଏହାକୁ ରାଜନୀତି ଓ ସରକାରୀ ସ୍ତରରେ ଊର୍ଦ୍ଧ୍ୱରେ ଦେଖିବାକୁ ସରକାରଙ୍କୁ କହିଛନ୍ତି କୋର୍ଟ ।

Comments (0)
Add Comment