ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । ପଜିଟିଭ ଚିହ୍ନଟ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଲେ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ବୋଲି ସୂଚନାରୁ ଜଣାପଡିଛି । ଏବେ ଗୃହ ସଂଗରୋଧରେ ରହିଛନ୍ତି କେଜ୍ରିୱାଲ୍ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହ । ତାଙ୍କ ସଂସ୍ପର୍ସରେ ଆସିଥିବା ଲୋକେ କରୋନା ଟେଷ୍ଟ କରେଇନେବା ପାଇଁ ଅପିଲ କରିଛନ୍ତି । ଦିଲ୍ଲୀରେ କରୋନାର ସ୍ଥିତି ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟା ବଢିଚାଲିଛି । ଦିଲ୍ଲୀରେ କେଜ୍ରିୱାଲ ସରକାର କଟକଣା ଜାରି କରିଥିଲେ ବି କଟକଣାକୁ ମାନୁନାହାନ୍ତି ଲୋକେ । ସେପଟେ ନିର୍ବାଚନି ପ୍ରଚାର ଜୋରଦାର ହେଉଥିବା ବେଳେ କେଜ୍ରିୱାଲ କରୋନା ପଜିଟିଭ୍ ଖବର ସାମ୍ନାକୁ ଆସିଛି ।