ଲକଡାଉନ୍‌ ମୁହାଁ ଦିଲ୍ଲୀ !

ଦେଶରେ କରୋନା ମହାମାରୀ ପାଇଁ ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି। ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌ ଭାରିଏଣ୍ଟ। ପ୍ରାୟ ସବୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ୍‌ ବେକାବୁ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ ପୁଣି କଡା କଡି କରିଛନ୍ତି । ଏନେଇ ରାଜ୍ୟ ସରକାର ଦିଲ୍ଲୀର ସମସ୍ତ ଘରୋଇ କାର୍ୟ୍ୟାଳୟଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସମସ୍ତ ଘରୋଇ କାର୍ୟ୍ୟାଳୟର କର୍ମଚାରୀମାନେ ଘରେ ରହି କାମ କରିବେ ବୋଲି କୁହାଯାଇଛି ।

କେବଳ ଘରୋଇ କାର୍ୟ୍ୟାଳୟ ନୁହେଁ ଡିଡିଏମର ନିର୍ଦ୍ଦେଶ ମୁତାବକ ଏବେ ରାଜ୍ୟରେ ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକ ବନ୍ଦ ରହିବ । ହେଲେ ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟ ହୋମ ଡେଲିଭରୀ କରିପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଅତ୍ୟାବଶ୍ୟକ ଘରୋଇ କାର୍ୟ୍ୟାଳୟଗୁଡିକ ଖୋଲା ରହିବ ବୋଲି ଡିଡିଏମଏ ତାର ନିର୍ଦ୍ଦେଶରେ କହିଛି ।
ତେବେ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ସାମଗ୍ରୀର ହୋମ୍‌ ଡେଲିଭରୀ କରାଯିବ। ଅଯଥାରେ ଘରୁ ବାହାରିବା ପାଇଁ ମନା ହୋଇଛି। କେବଳ ଜରୁରୀ ସେବା ସହ ଜଡିତ ପ୍ରାଇଭେଟ୍‌ ଅଫିସ ଖୋଲା ରଖିବାକୁ ଅନୁମତି ରହିଛି। ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀବାସୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ରାଜଧାନୀରେ ସଙ୍କଟ ସୃଷ୍ଟି ହୋଇଛି। କୋର୍ଟ, ଟ୍ରିବ୍ୟୁନାଲ, କମିଶନ, ଆଇନଜୀବୀଙ୍କ କାର୍ୟ୍ୟାଳୟ, କୋରିଅର୍‌ ସେବା ଆଦିର ଅଫିସର ଖୋଲା ରହିପାରିବ। ମେଟ୍ରୋ ଏବଂ ବସ୍‌ଗୁଡିକ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତରେ ଚାଲି ପାରିବ। ତେବେ ଏସବୁରେ ଯାତ୍ରୀଙ୍କୁ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଡିଡିଏମ୍‌ଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଦିଲ୍ଲୀରେ ୧୯,୧୬୬ କରୋନା ମାମଲା ଚିହ୍ନଟ ହୋଇଥିଲା। ଏଥିସହ କରୋନାରେ ଆକ୍ରାନ୍ତ ହୋଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ କରୋନା ସକ୍ରିୟ ସଂଖ୍ୟା ୬୫ ହଜାର ଡେଇଁଛି।

Comments (0)
Add Comment