ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଦିଲ୍ଲୀରେ ସ୍କୁଲ,କଲେଜ ବନ୍ଦ

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପରବର୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ । ଳରେ ଏବେ କୋଭିଡ୍ ସମୟ ପରେ ଶିକ୍ଷାନୁଷ୍ଠାନ ଗୁଡିକରେ ପୁଣି ଥରେ ଅନଲାଇନରେ ପାଠ ପଢା ହେବ । ୨୧ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତରପ୍ରଦେଶରେ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି ।

ସେହିପରି ୨୧ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ ବ୍ୟାନ୍ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଅନୁମତି ମିଳିବ । ୧୦ରୁ ୧୫ ବର୍ଷର ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡି ଗୁଡିକର ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି । ୨୧ ତାରିଖ ପର୍ୟ୍ୟନ୍ତ ସମସ୍ତ ନିର୍ମାଣ କାମ ବନ୍ଦ ରହିବ । ରେଲୱେ, ମେଟ୍ରୋ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡରେ ହେବାକୁ ଥିବା ନିର୍ମାଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ସେପଟେ ଆଜି ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୋମବାର ହୋଇଥିବା ଶୁଣାଣିରେ ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଆଲୋଚନା ପାଇଁ କହିଥିଲେ । ସେପଟେ ଆଜି ବି ଅତି ଖରାପ ସ୍ତରରେ ରହିଛି ଦିଲ୍ଲୀର ପ୍ରଦୂଷଣ । ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ରାଜଧାନୀ ଅଂଚଳର ସମସ୍ତ ନିର୍ମାଣ ଓ ଶିଳ୍ପ କାର୍ୟ୍ୟ ସାମୟିକ ଭାବେ କିଛି ଦିନ ପାଇଁ ନିଷିଦ୍ଧ କରିବାକୁ ଦିଲ୍ଲୀ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।

Comments (0)
Add Comment