ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ସବୁଠୁ ବଡ଼ ସମସ୍ୟା ହୋଇପାରେ କୃଷକଙ୍କ ଟ୍ରାକ୍ଟର ରାଲି । ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲି ପାଇଁ ସର୍ତମୂଳକ ମଂଜୁରୀ ଦେଇଛି । ଏପଟେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ସଂଗଂନ ଗୁଡିକୁ ଟ୍ରାକ୍ଟର ରାଲିରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଏହା ଏକ ରାଷ୍ଟ୍ରୀୟ ଉତ୍ସବ । ୩୬୫ ଦିନ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିପାରିବେ । କିନ୍ତୁ ସାଧାରଣ ତନ୍ତ୍ର ଦିବସରେ ଏଥିରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି ।
ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ପାଇଁ ଅନୁମତି । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବଡ଼ ପ୍ରସ୍ତୁତି ଚଳାଇଛନ୍ତି ଚାଷୀ ସଂଗଠନ । ଦୀର୍ଘ ୫୮ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବା ପରେ ସରକାରଙ୍କ କୃଷକଙ୍କ ଦାବି ନମାନିବା ପରେ ଅଧିକ ଚାପ ସୃଷ୍ଟି କରିବାକୁ କିଷାନ ଗଣତନ୍ତ୍ର ପ୍ୟାରେଡ୍ କରିବାକୁ ସଜ ହେଉଛନ୍ତି ଚାଷୀ । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ ଚାଷୀ ସଂଗଠନ । ଏହାକୁ ଲିଖିତ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କେଉଁ କେଉଁ ରୁଟ୍ରେ ଚାଷୀମାନେ ଟ୍ରାକ୍ଟର ପରେଡ୍ କରିପାରିବେ ତାହାର ଏକ ରୁଟ୍ ମ୍ୟାପ୍ ତିଆରି କରିଛି ଦିଲ୍ଲୀ ପୋଲିସ ।
କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ଦିଲ୍ଳୀରେ ଟ୍ରାକ୍ଟର ରାଲି କରିବାକୁ ସର୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ୍ । ୩ଟି ରୁଟ୍ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି । ତେବେ ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଚାଷୀ ସଂଗଠନକୁ କହିଛି ପୋଲିସ ।ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିବା ପରେ ଯୋଗେନ୍ଦ୍ର ଯାଦବ କହିଛନ୍ତି, ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଶାନ୍ତିପୂର୍ଣ୍ଣ ଭାବେ କରାଯିବ’ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାରମ୍ବାର ବୈଠକ ବସି ବିଫଳ ହେବା ପରେ ଟ୍ରାକ୍ଟର ରାଲି କରିବାକୁ ଚେତାବନୀ ଦେଇଥିଲେ ଚାଷୀ ସଂଗଠନ ।