ଡରାଉଛି ଡେଲଟା ପ୍ଲସ ଭାରିଆଣ୍ଟ

କରୋନା ଦ୍ୱିତୀୟ ଲହର ବିପଦ ଟଳିନି । ଡରାଇଲାଣି ଭୟଙ୍କର ଭାରିଆଣ୍ଟ ଡେଲଟା ପ୍ଲସ । ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଡେଲଟା ପ୍ଲସ ଷ୍ଟ୍ରେନ୍ ଠାବ ହେଲାଣି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟ ସରକାର, ଭାରତ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ମଧ୍ୟ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତିତ ଅଛି। କେନ୍ଦ୍ର ସରକାର ମଧ୍ୟ ପୂର୍ବରୁ ଡେଲଟା ପ୍ଲସ ସଂସ୍କରଣକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାକୁ ଭାରିଏଣ୍ଟ ଅଫ କନସର୍ନ ଭାବେ ଘୋଷଣା କରିସାରିଛନ୍ତି। ଡେଲଟା ଭାଇରସର ଏକ ମ୍ୟୁଟେସନ। ଡେଲଟା ପ୍ଲସକୁ ନେଇ ସବୁ ସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି। ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ତେଣୁ କୋଭିଡ୍ ନିୟମ ପାଳନ କରନ୍ତୁ। ନିୟମ ନଭାଙ୍ଗି କୋଭିଡ୍ ନିୟମ ମାନିଲେ ତୃତୀୟ ଲହରକୁ ବି ଏଡ଼ାଇ ଦେଇ ହେବ ବୋଲି ଡିଏମଇଟି ସିବିକେ ମହାନ୍ତି ।

ଡେଲଟା ପ୍ଲସ ଭାରିଆଣ୍ଟ ବିରୋଧରେ ସେପରି ପ୍ରତିରୋଧକ ବ୍ୟବସ୍ଥା ନଥିବାରୁ ଏହା ଭବିଷ୍ୟତରେ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଏହି ଭାରିଆଣ୍ଟର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ କେନ୍ଦ୍ର ସରକାର ଏହି ତିନି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ମହାରାଷ୍ଟ୍ରରେ ସମ୍ପ୍ରତି ତୃତୀୟ ଲହରର ପଦଧ୍ବନି ଶୁଭିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ବର୍ତ୍ତମାନ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ରୁଷ ଓ ଚୀନରେ ଡେଲଟା ପ୍ଲସ ଠାବ ହୋଇଛି ।

Comments (0)
Add Comment