ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ

ରାଜଧାନୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ଦେଖାଦେଲାଣି ଡେଙ୍ଗୁ ଆତଙ୍କ । ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଶୈଳଶ୍ରୀ ବିହାର ଓ ନୀଳାଦ୍ରି ବିହାର ସମେତ ଅନେକ ବସ୍ତି ଅଞ୍ଚଳରେ ବହୁଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ହସ୍ପିଟାଲ ଓ ଘରେ ରହି ଚିକିତ୍ସିତ ହେଉଛନ୍ତି । ଡେଙ୍ଗୁ ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ।

ବିଏମସିର ଏକ ସ୍ୱତନ୍ତ୍ର ଟିମ ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶୈଳଶ୍ରୀ ବିହାର ଓ ଆଖପାଖ କିଛି ବସ୍ତିରେ ଲୋକଙ୍କୁ ମଶାରୀ ବ୍ୟବହାର କରିବା ସହ ଘର ବାହାର ସଫା ରଖିବା , ଛାତ ଉପରେ ଅନାବଶ୍ୟକ ଟାୟାର ଫୋପାଡି ନ ରଖିବା ପାଇଁ ବିଏମସି ପକ୍ଷରୁ ସଚେତନ କରାଯାଇଛି । ବିଭିନ୍ନ ନାଳନର୍ଦମା ଠିକିଭାବରେ ସଫେଇ କରାଯାଉନି । ଏପରିକି ବସ୍ତି ଗୁଡ଼ିକରେ ନାଳପୋତି ହୋଇ ପାଣି ଜମି ରହିବା ଫଳରେ ଡେଙ୍ଗୁ ବ୍ୟାପୁଛି । ତେଣୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଆଜି ବସ୍ତି ଅଂଚଳରେ ଘରକୁ ଘର ବୁଲି ବିଏମସି ପକ୍ଷରୁ ସଚେତନ କରାଯାଇଛି ।

Comments (0)
Add Comment