୯ ମାସ ପରେ ମନ୍ଦିର ଖୋଲିଛି । ଜଗାକୁ ଦେଖିବାକୁ କାହିଁ କେଉଁଠୁ ଭକ୍ତ ଧାଇଁ ଆସୁଛି । ହେଲେ ଜଗାକୁ ଦେଖିନପାରି ବଡ଼ଦାଣ୍ଡରୁ ନିରାଶ ହୋଇ ଫେରୁଛି ଭକ୍ତ । ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜିଛି । କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ ।
ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଶୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା ଭକ୍ତଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କ ପାଖରେ ଖୋଭିଡ୍ ରିପୋର୍ଟ ନାହିଁ ସେମାନଙ୍କୁ ମନ୍ଦିର ଭିତରକୁ ଅନୁମତି ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେଣୁ ଅନେକ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳୁନାହିଁ । ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁରୀରେ ବାହାର ଲୋକଙ୍କ ପାଇଁ କୋଭିଡ୍ ପରୀକ୍ଷା ନେଇ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଭକ୍ତ ।ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଭକ୍ତ ।