ମୁହଁ ଖୋଲିଲେ ଡିଏଫଓ..କହିଲେ ବିଦ୍ୟାଭାରତୀଙ୍କ ସହ ନାହିଁ ସଂପର୍କ

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ ଜେରା। ୩ ଘଣ୍ଟାର ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ ଓ ପୁଲିସ । ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର ଅସ୍ୱୀକାର କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ । ଏସଡ଼ିପିଓ କହିଛନ୍ତି ସବୁ ଅଭିଯୋଗକୁ ନେଇ ପଚରା ଉଚରା କରାଯାଇଛି ।

କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି, ସବୁ ଦିଗରୁ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରା ବେଳେ କିଛି ତଥ୍ୟ ପାଇଛୁ। ଏହା କହି ହେବନି ବୋଲି ଏସ୍‌ଡିପିଓ କହିଛନ୍ତି। ଆଜି ଅଫିସ ଆସିବା ପୂର୍ବରୁ ପୁଲିସକୁ ସୁରକ୍ଷା ମାଗିଥିଲେ ଡିଏଫଓ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଜେରା ସରିବ ପରେ ପୁଣି ସୁରକ୍ଷା ମଧ୍ୟ ତାଙ୍କୁ ନେଇ ସରକାରୀ କ୍ୱାର୍ଟରରେ ଛାଡିଥିଲେ ପୁଲିସ ।

ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଘନଉଛି। ତଦନ୍ତ ଯେତିକି ଆଗଉଛି, ଘଟଣାର ସେତିକି ନୂଆ ନୂଆ ଦିଗ ସାମ୍ନାକୁ ଆସିଛି। ଗତ  ୧୨ ତାରିଖ ରାତିରେ ସୌମ୍ୟ ପୋଡ଼ିଯାଇ ୧୩ ତାରିଖରେ ଆଖି ବୁଜିଥିଲେ । 

Comments (0)
Add Comment