ନୂଆ କୃଷି ଆଇନ ଲାଭ ଦେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆ କୃଷି ଆଇନ ନେଇ ଚାଷୀଙ୍କ ଆନ୍ଦୋଳନ ମଧ୍ୟରେ ଓଡିଶା ଆସି ରାଜ୍ୟର ଚାଷୀଙ୍କୁ କୃଷି ଆଇନର ଲାଭ ନେଇ ବୁଝାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ କୃଷି ଆଇନ ଦ୍ୱାରା ଓଡିଶା ସମେତ ଭାରତ ବର୍ଷର ଚାଷୀମାନେ ଅଧିକ ଲାଭ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରଛନ୍ତି ଧର୍ମେନ୍ଦ୍ର ପ୍ରଧାନ । । ଢେଙ୍କାନାଳରେ ଆୟୋଜିତ କୃଷକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଓଡିଶାକୁ କୃଷି କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ସହାୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ବେଳେ ରାଜ୍ୟର ଚାଷୀଙ୍କୁ ମୋଦିଙ୍କ ଟଙ୍କାରୁ ବଂଚିତ କରାଯାଉଛି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ କହିଛନ୍ତି ଯେ ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି, କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ନୂଆ କୃଷି ଆଇନ ଯୋଗୁ ଚାଷୀଙ୍କର ଲାଭ ବଢ଼ିବ ବୋଲି ବି ସେ ଜୋର୍ ଦେଇ କହିଛନ୍ତି। ହିନ୍ଦୋଳ, ପାଲଲହଡ଼ା, ଅନୁଗୁଳ ଆଦି ବହୁ ସ୍ଥାନରେ ଜଗଖ ରହିଛି। କୃଷକ ନିଜର ଉତ୍ପାଦିତ ଦ୍ରବ୍ୟ ବାହାର ବଜାରରେ ବିକ୍ରି କଲେ ଅଧିକ ଲାଭ ମିଳିବ। କୃଷି ଆଇନକୁ ନେଇ ଅଯଥାରେ ଚାଷୀଙ୍କ ମନରେ ଡର ଓ ଭ୍ରମ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ ଚାଷୀଙ୍କ ଆମଦାନୀ ଓ ଆତ୍ମନିର୍ଭରଶୀଳତା ବଢ଼ାଇବ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେହିପରି କୃଷି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ କାଳିଆ ନାଁରେ ଧୁଆଁବାଣ କରିଥିଲେ ରାଜ୍ୟ ସରକାର। ଚାଷୀଙ୍କ ନାଁରେ ଠକିଲେ ଫଳ ଭୋଗିବା ନିଶ୍ଚିତ। କିଷାନ ସମ୍ମାନ ନିଧି ସମେତ ତିନୋଟି ଯୋଜନାରେ କେନ୍ଦ୍ରରୁ ୬୦ ହଜାର କୋଟି ରାଜ୍ୟକୁ ମିଳିଛି । ଗତ ଦୁଇ ବର୍ଷ ମଧ୍ୟରେ ଟଙ୍କା ମୋଦି ସରକାର ପଠେଇଛନ୍ତି । କେନ୍ଦ୍ରରୁ ଟଙ୍କା ଆସୁଛି, ରାଜ୍ୟରେ ହଡପ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Comments (0)
Add Comment