ଧର୍ମେନ୍ଦ୍ରଙ୍କ ଚାଲ୍, ରାଜ୍ୟ ସରକାର ବେହାଲ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୋଟି ଚାଳନା କରି ରାଜ୍ୟବାସୀଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିଥିଲେ, ଏବେ ସମାନ ଫର୍ମୁଲା ଆପଣାଇ ରାଜ୍ୟ ସରକାରଙ୍କୁ ବେହାଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ରାଜ୍ୟରେ ଥିବା ମନ୍ଦିରର ଉନ୍ନତି ପାଇଁ ମୂଳଦୁଆ ପକାଉଥିବା ବେଳେ ତାକୁ ହାଇଜାକ କରିନେବାକୁ ବୋଧେହୁଏ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀଲିଙ୍ଗରାଜ ମନ୍ଦିର ପରି ରାଜ୍ୟର ଅନ୍ୟ ୪ଟି ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏଠି ପ୍ରଶ୍ନ ଉଠୁଛି, ସମଲେଶ୍ୱରୀ, ବିରଜା, ନୀଳମାଧବ ଓ ତାରାତାରିଣୀ ମନ୍ଦିରର ଉନ୍ନତି ପାଇଁ ଚିଠି ଲେଖି ଏହା ଶ୍ରେୟ ନେବାକୁ ଚାହୁଛନ୍ତି କି କେନ୍ଦ୍ର ମନ୍ତ୍ରୀ ? ଏହା ସହ ୪ ଜିଲ୍ଲାବାସୀଙ୍କ ବିଶ୍ୱାସ ଜିତିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହା ଚାଲ ନୁହେଁ ତ ?

ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର,ଯାଜପୁରର ମା ବିରଜା ମନ୍ଦିର,ଗଂଜାମର ମା ତାରାତାରିଣୀ ମନ୍ଦିର ଓ ନୟାଗଡର କଂଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଚିିଠି ଲେଖିଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରକୁ ଛାଡିଦେଲେ ଏହି ଜିଲ୍ଲାମାନଙ୍କରେ ବିଜେପି ସଂଗଠନ ଦୁର୍ବଳ ଅଛି । ଯେଉଁ ୪ ଜିଲ୍ଲାରେ ବିଜେପି ସଂଗଠନ ଦୁର୍ବଳ ଅଛି ସେଠି ମନ୍ଦିର ପଲିଟିକ୍ସ କରୁଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ ? ଏହି ଜିଲ୍ଲାରେ ଦବଦବା ଜାହିର କରିବାକୁ ଚାହୁଁନାହାନ୍ତି ତ ଧର୍ମେନ୍ଦ୍ର ପ୍ରଧାନ ?
ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ ୧୯୫୫ ଅନଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି । ସମଲେଶ୍ୱରୀ ମନ୍ଦିର, ମା ବିରଜା ମନ୍ଦିର, ମା ତାରାତାରିଣୀ ମନ୍ଦିର ଓ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ଚିିଠି ଲେଖିଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ଯେ, ମନ୍ଦିର ଗୁଡିକ ଲୋକଙ୍କ ଧାର୍ମିକ ଭାବନା ଓ ଭାବାବେଗ ସହ ଜଡ଼ିତ । ଏହି ଧର୍ମପୀଠଗୁଡିକ ସହ ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟଯୋଡି ହୋଇ ରହିଛି । ମନ୍ଦିର ଗୁଡିକ କେବେଳ କେବେଳ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ରାଜ୍ୟର ରାଜସ୍ୱ ସଂଗ୍ରହ ପାଇଁ ନୁହେଁ ବରଂ ନାଗରିକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ । ତେଣୁ ସରକାର ଯଦି ଅଧ୍ୟାଦେଶ ଆଣି ମନ୍ଦିର ପରିଚାଳନାର ଦାୟିତ୍ୱ ନିଅନ୍ତେ ,ତେବେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ ।

ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ସହ ଓଡିଶା ଇତିହାସରେ ଥିବା ଗୁରୁତ୍ୱକୁ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୪ ଟି ମନ୍ଦିର ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନରୋଧ କରିଛନ୍ତି ।

Comments (0)
Add Comment