ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ

ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ)ରେ ବଡ ଧରଣର ଅଦଳବଦଳି ହୋଇଛି । ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରବୀନ୍ଦ୍ର ଜାଡ଼େଜା । ସେ ଦଳର ତୃତୀୟ ଖେଳାଳି ଭାବେ ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଇବେ ।
୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଜାଡ଼େଜା ଖେଳୁଛନ୍ତି । ଦଳର ତୃତୀୟ ଅଧିନାୟକ ହେବେ ଜାଡ଼େଜା । ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ରୁ ସିଏସକେର ନେତୃତ୍ୱ ଧୋନି ନେଉଥିଲେ । ଧୋନି ଚେନ୍ନାଇ ପକ୍ଷରୁ ୨୧୩ଟି ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୧୩୦ଟି ମ୍ୟାଚ୍ ଦଳ ଜିତିଛି । ଚେନ୍ନାଇ ପକ୍ଷରୁ ସୁରେଶ ରାଇନା ୬ଟି ମ୍ୟାଚରେ ଅଧିନାୟକ ଥିଲେ । ଯେଉଁଥିରୁ ଦଳ ୨ଟିରେ ବିଜୟୀ ହୋଇଥିଲା ।
ଗତ ଅକ୍ସନରେ ଚେନ୍ନାଇ ଟିମ୍ ଧୋନୀ ଓ ଜଡେଜାଙ୍କ ସମେତ ୪ ଖେଳାଳିଙ୍କୁ ରିଟେନ୍ କରିଥିଲା । ଜଡେଜାଙ୍କୁ ଫ୍ରାନଚାଇଜ୍ ୧୬ କୋଟି ଟଙ୍କାରେ ରିଟେନ୍ କରିଥିବାବେଳେ ଧୋନୀଙ୍କୁ ୧୨ କୋଟିରେ ରିଟେନ୍ କରିଥିଲା ଚେନ୍ନାଇ ଟିମ୍ । ତେଣୁ ଆରମ୍ଭ ରୁ ହିଁ ସୁରାକ ମିଳିଯାଇଥିଲା ଯେ, ଧୋନୀ ନୁହଁନ୍ତି ବରଂ ଜଡେଜା ହୋଇପାରନ୍ତି ଦଳର କ୍ୟାପ୍ଟେନ୍ ।

Comments (0)
Add Comment