ବିଶିଷ୍ଟ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ । ୯୮ ବର୍ଷ ବୟସରେ ସକାଳ ୭ଟା ୩୦ ମିନିଟରେ ଆଖିବୁଜିଛନ୍ତି ଦିଲ୍ଲୀପ କୁମା । ଶ୍ୱାସକ୍ର୍ରିୟା ଜନିତ ରୋଗରେ ଦିଲ୍ଲୀପ ପୀଡିତ ଥିଲେ । ଜୁନ ୨୯ରୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ ହୋଇଥିବା ବେଳେ ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ଖବର ପରେ ପୁରା ବଲିଉଡରେ ଶୋକରେ ଛାୟାର ଖେଳିଯାଇଛି ।
ହିନ୍ଦୀ ସିନେମାର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଲ୍ଲୀପ କୁମାର୨୨ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ କରିଥିଲେ ।‘ଜୁଆର ଭଟ୍ଟା’ ଦିଲ୍ଲୀପ କୁମାରଙ୍କ ପ୍ରଥମ ଫିଲ୍ମ ଥିଲା ।୧୯୪୪ରୁ ଫିଲ୍ମ ଜୁଆର ଭଟ୍ଟାରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୪ରେ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ ହୋଇଥିବା ବେଳେ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଦିଲ୍ଲୀପ କୁମାର ।