ରଜ ପରେ ଖୋଲିବ ତାଲାବନ୍ଦ?

ରାଜ୍ୟରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ସଂକ୍ରମଣ ଖସୁଥିବାରୁ ଏବେ ତାଲାବନ୍ଦ ଖୋଲିବା ନେଇ ଚାଲିଛି ବିଚାରବିମର୍ଷ । ଜୁନ ୧୭ ଯାଏ ରାଜ୍ୟରେ ଲକଡାଉନ ଜାରି ରହିଛି । ହେଲେ ଏବେ ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଅନଲକ କରିବା ଭଲ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି।ଜୁନ୍୧୭ ତାରିଖ ପରେ କ’ଣ ହେବ ସେ ନେଇ ଖୁବ୍ ଶୀଘ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କିଛି କଟକଣା କୋହଳ ହେବ। କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ। ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ । ତେବେ ଯେଉଁଠି ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହୁଛି ସେହି ଜିଲ୍ଲାରେ କିଛି କଟକଣା କୋହଳ ହୋଇପାରେ। ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି।

କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ଅଧିକ ରହୁଛି । ମାତ୍ର ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମୁଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି, ସେଠାରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ପୂର୍ବ କେସ ଲୋଡ଼ ଏବଂ ବର୍ତ୍ତମାନ କିଛି ଲୋକ ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

Comments (0)
Add Comment