ଢେଙ୍କାନାଳସ୍ଥିତ ଆବାସିକ କଲେଜରୁ ୩୩ ଛାତ୍ରଛାତ୍ରୀ ପଜିଟିଭ ଘଟଣା । ସଂପୃକ୍ତ ମହାବିଦ୍ୟାଳୟକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଓ ସ୍ୱତନ୍ତ୍ର କୋଭିଡ୍ ଟିମ୍ ପହଂଚି କଲେଜକୁ ସିଲ୍ କରିଛନ୍ତି । ୨ଟି ହଷ୍ଟେଲକୁ ମଧ୍ୟ ସିଲ କରାଯାଇଛି । ଢେଙ୍କାନାଳ ମୁନିସିପାଲିଟି କୁଞ୍ଜକାନ୍ତ ଅଂଚଳର ୱାର୍ଡ ନମ୍ବର ୨କୁ ୧୦ ଦିନ ପାଇଁ କଂଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥିମଧ୍ୟରୁ ୩୩ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି । ତେବେ ଏହି ଛାତ୍ର କେମିତି ସଂକ୍ରମିତ ହେଲେ ତାହା ଏବେ ବଡ ପ୍ରଶ୍ନ । କେଉଁଠାରୁ କିପରି ଏତେ ପିଲା ଏକାଥରେ ସଂକ୍ରମିତ ହେଲେ, ସେ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ କରାନଗଲେ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଯାଇଛି ।