‘ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ’

ଶିଶୁଙ୍କ ସଂକ୍ରମଣ ନେଇ ଡିଏମଇଟିଙ୍କ ସୂଚନା । ପିଲାମାନେ କରୋନାରେ ସଂକ୍ରମିତ ହେବା ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ପିଲାମାନଙ୍କୁ ସୁରକ୍ଷିତ ରଖିବା ଅଭିଭାବକଙ୍କ ଦାୟିତ୍ୱ । ପିଲାକୁ ଥଣ୍ଡା, କାଶ କି ଜ୍ୱର ହୋଇଛି ବୋଲି ସେମାନେ ଡାକ୍ତରଙ୍କୁ ଜଣାଇବା ଦରକାର। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ।
ସ୍କୁଲରେ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସର୍ଭେଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ୍ କଟକଣା ଢିଲା ହୋଇଥିଲେ ତାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯଦି କେଉଁ ପିଲାଠାରେ ଲକ୍ଷଣ ଦେଖାଦେଉଛି, ସେମାନେ ସ୍କୁଲକୁ ନଆସିବା ଉଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।
ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି, ବରଗଡର ବେସରକାରୀ ଓ ଢେଙ୍କାନାଳର ସରକାରୀ ସ୍କୁଲରେ ପିଲା ସଂକ୍ରମିତ ହୋଇଛନ୍ତି । ସିଡିଏମଓଙ୍କ ସହ ଆଲୋଚନା ହୋଇଛି । ୪୦ରୁ ଅଧିକ ପିଲା ସଂକ୍ରମିତ ହୋଇଛନ୍ତି । ସ୍ଥିତ ଦେଖି କଣ କରାଯିବ ନିଷ୍ପତି ନିଆଯିବ ବୋଲି ସମୀର ଦାସ କହିଛନ୍ତି ।

Comments (0)
Add Comment