ଆସନ୍ତା ଜାନୁଆରୀ ୩ ତାରିଖରୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି । ବର୍ତମାନର କରୋନା ସ୍ଥିତିକୁ ଦେଖି ପ୍ରଥମରୁ ପଂଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ଏନେଇ ସଙ୍କେତ ଦେଇଛନ୍ତି, ଡିଏମ୍ଇଟି ଡାକ୍ତର ରମାରମଣ ମହାନ୍ତି ।
ଡିଏମ୍ଇଟି କହିଛନ୍ତି ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟରେ ଦୈନିକ ସଂକ୍ରମଣ ୨ ଶହ ଭିତରେ ରହୁଥିଲା । ସଂକ୍ରମଣ ବଢିନଥିଲା , ତେଣୁ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏପରି ସ୍ଥିତିରେ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ବୋଲି କହିଛନ୍ତି ଡିଏମ୍ଇଟି । କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଓମିକ୍ରନ୍ ଭୟ ଭିତରେ ରାଜ୍ୟରେ ପ୍ରଥମରୁ ପଂଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇଛନ୍ତି ସରକାର । ଜାନୁଆରୀ ୩ ତାରିଖରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ଆରମ୍ଭ ହେବ କ୍ଲାସ୍ ରୁମ୍ ପାଠପଢା । ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ଗ୍ରହଣ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗର ଘନ ଘନ ବୈଠକ ଜାରି ରହିଛି । ଅଜଥାରେ ଗହଳିଠାରୁ ଦୂରେଇ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ଅବଲମ୍ବନ କରନ୍ତୁ, ହାତକୁ ବାରମ୍ବାର ଧୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି ।