ବ୍ରହ୍ମପୁର ମଡେଲ ଆପଣାଇଲା ରାଉରକେଲା

ବ୍ରହ୍ମପୁର ମଡେଲ ଆପଣାଇଲା ଷ୍ଟିଲ ସିଟି । ରାଉରକେଲାରେ ଆରମ୍ଭ ହେଲା ଘରେ ଘରେ ଟିକାକରଣ । ଫୋନ କଲେ ଘରେ ପହଚିଂବ ଟିକା ଭ୍ୟାନ । ବରିଷ୍ଠ ନାଗରିକ, ଶର୍ଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିିଳିବ ଏହି ସୁବିଧା । ଏହି ତିନି ବର୍ଗର ଲୋକଙ୍କ ପରିବାର ଲୋକେ ଫୋନ କଲେ ଘରେ ସଂଜୀବନୀ ରଥ ପହଚିଂ ଟିକାକରଣ କରାଯିବ ।

ଆଜିଠୁ ସହରରେ ଗଡ଼ିଲା ସଂଜୀବନୀ ରଥ କ୍ଷ କଲ୍ କଲେ ଘରେ ପହଁଚିବେ ସଂଜୀବନୀ ରଥ କ୍ଷ ସକାଳ ୧୦ ଟାରୁ ଅପରାହ୍ଣ ୪ ଟା ପର୍ୟ୍ୟନ୍ତ ଏହି ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିକ୍ଷ ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର (୦୬୬୧-୨୫୧୦୦୩୬) କଲ୍ କରି ଟିକା ଦେଉଥିବା କର୍ମଚାରୀଙ୍କୁ ଡାକିପାରିବେକ୍ଷ ପୂର୍ବରୁ ଏହି ତିନି ବର୍ଗର ଲୋକମାନେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେକ୍ଷ ଦିବ୍ୟାଙ୍ଗ ଅନୁଷ୍ଠାନ ଏମାନଂକୁ ଘରେ ଯାଇ ଟିକା ଦେବାକୁ ବିଧାୟକ ଓ ଏଡିଏମ ଅବୋଲି ସୁନୀଲ ନରୱେଣେଙ୍କୁ ଅନୁରୋଧ କରିଥିଲେ ।

ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବାର ବ୍ୟବସ୍ଥା ବ୍ରହ୍ମୁପୁରରେ ଆରମ୍ଭ କରାଯାଇଥିଲା । ବ୍ରହ୍ମୁପର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥାକୁ ସାଧାରଣରେ ପ୍ରଶଂସା ମଧ୍ୟ କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ହେଲେ ବରିଷ୍ଠ ନାଗରିକଙ୍କୁ ଭ୍ୟାନରେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ପରେ ଘରେ ଛାଡିବାର ବ୍ୟବସ୍ଥା କରାଯାଇଛି ।

Comments (0)
Add Comment