ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ହେଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଦି ୱାଲଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବୁଧବାର କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦଳର ଦାୟିତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ରାହୁଲ ଦ୍ରାବିଡ଼ ଭାରତର ମୁଖ୍ୟ କୋଚ ହେବା ନେଇ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା । ଏହି ଖବର ପ୍ରକାଶ ପରେ ପୁରା କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ରାହୁଲ ଦ୍ରାବିଡ଼ଙ୍କ ପ୍ରଥମ ବଡ଼ ମିଶନ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଘରୋଇ ସିରିଜ୍‌ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଗତ ୨୬ ତାରିଖରେ ଆବେଦନ କରିଥିଲେ ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବେ । ରାହୁଲ ଦ୍ରାବିଡ୍ ଏବେ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବେ କାର୍ୟ୍ୟରତ ରହିଛନ୍ତି ।
ଅନ୍ୟପଟେ ବିସିସିଆଇ ରବି ଶାସ୍ତୀ (ମୁଖ୍ୟ କୋଚ୍), ବି. ଅରୁଣ (ବୋଲିଂ କୋଚ୍), ଆର. ଶ୍ରୀଧର (ଫିଲଡିଂ କୋଚ୍) ଏବଂ ବିକ୍ରମ ରାଠୋର (ବ୍ୟାଟିଂ କୋଚ୍)ଙ୍କୁ ତାଙ୍କର ଏହି କାର୍ୟ୍ୟକାଳ ପାଇଁ ଧନ୍ୟବାଦ ଦେଇଛି । ତାଙ୍କର ନେତୃତ୍ୱରେ ଦଳ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିବା ସହିତ ଟେଷ୍ଟରେ ନମ୍ବର ୱାନ୍ ସ୍ଥାନ ଗ୍ରହଣ କରିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପୟନସିପର ଫାଇନାଲରେ ପହଞ୍ଚିଥିଲା । ଖାଲି ସେତିକି ନୁହେଁ ଦଳ ଅନେକ ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ବୋଲି ବିସିସିଆଇ କହିଛନ୍ତି ।

Comments (0)
Add Comment