ନାକେଦମ କଲାଣି ନକଲି । ଖାଦ୍ୟ ସାମଗ୍ରୀ ପରେ ଏବେ କୋଲଡଡ୍ରିଙ୍କସ ବି ନକଲି । ଭୁବନେଶ୍ୱର ମେଂଚଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଉପରେ ଚଢାଉ କରିଛି ପୁଲିସ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି ।
ଡିଫାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ତିଆରି ବଜାରକୁ ଛାଡୁଥିଲା । ବିଭିନ୍ନ ବ୍ରାଣ୍ଡର ଅବିକଳ ବୋତଲ ବନାଇ ନାଁକୁ ସାମାନ୍ୟ ପରିବର୍ତନ କରି ବଜାରରେ ବିକ୍ରି କରାଯାଉଥିଲା ଏହି ଥଣ୍ଡା ପାନୀୟ । ଯାହା ଶରୀର ପାଇଁ ହାନିକାରକ ବୋଲି କହିଛନ୍ତି ଫୁଡ ଇନ୍ସପେକ୍ଟର । ଏକ ଫର୍ଣ୍ଣିଚର କାରଖାନା ଭିତରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି ।
ଆଗକୁ ଖରାଦିନ ଆସୁଥିବାରୁ ଲୋକମାନେ ସାଧାରଣତଃ ଅଧିକାଂଶ ମୃଦୁ ପାନୀୟ ପିିଇଥାନ୍ତି । ହେଲେ ବଜାରରେ ବୁଲୁଛି ମାଳମାଳ ଡୁପ୍ଳିକେଟ୍ କୋଲ୍ଡ ଡ୍ରିଙ୍କସ । ଯାହା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହାନୀକାରକ। ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚଢାଉ କରି ଏଭଳି ଏକ ନକଲି ମୃତୁ ପାନୀୟ କାରଖାନାକୁ ସିଲ୍ କରିଛି ପୋଲିସ ଓ ବିଏମ୍ସିର ଟିମ୍।