ପୁଳା ପୁଳା ଜାଲ ନୋଟ୍

କାରରୁ ମିଳିଲା ପୁଳା ପୁଳା ଜାଲ ନୋଟ । କୋରାପୁଟରୁ ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଛତିଶଗଡ଼ ରାୟପୁରରୁ ବିଶାଖପାଟଣା ଚାଲାଣ କରାଯାଉଥିବା ବେଳେ ଶୁଙ୍କି ଫାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ହାତରେ ଧରାପଡ଼ିଛନ୍ତି ନକଲି ନୋଟ ଚାଲାଣକାରୀ ।

ଆଜି ପ୍ରାୟ ସକାଳ ସମୟରେ ଏକ କାର୍‌ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ଖବର ପାଇ ପଟାଙ୍ଗୀ ପୁଲିସ୍‌ କାର୍‌ଟିର ପିଛା କରି ଶୁଙ୍କିରେ ଅଟକାଇବାକୁ ସଫଳ ହୋଇଥିଲା। ଗାଡି ଭିତରୁ ପୁଳା ପୁଳା ନକଲି ନୋଟ ଜବତ ହୋଇଛି ।ସମସ୍ତ ନକଲି ନୋଟ ୫ଶହ ଟଙ୍କିଆ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡ଼ିପିଓ ନିରଂଜନ ବେହେରା ।ନକଲି ନୋଟ ଚାଲାଣ ହେଉଥିବା ଗାଡ଼ିକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ୩ଜଣଙ୍କ ଘର ଛତିଶଗଡରେ ବୋଲିି ସୂଚନା ଦେଇଛି ପୋଲିସ ।

ତେବେ ଏତେ ନକଲି ନୋଟ କେଉଁଠୁ ଆସିଲା, କାହା ପାଖକୁ ଯାଉଥିଲା, ଏହା ପଛରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେସବୁର ତଦନ୍ତ କରୁଛି ପୁଲିସ୍‌ । ତେବେ ଏହି ନକଲି ନୋଟର ଚେର କେତେ ଦୁର ଲମ୍ବିଛି ସେ ନେଇ ଗିରଫ ୩ ଜଣଙ୍କୁ ଅଧିକ ପଚରା ଉଚରା କରିବ ପୋଲିସ ।

Comments (0)
Add Comment