ବ୍ରାଣ୍ଡ ଅସଲି, ଟିଭି ନକଲି

ଅସଲି ବ୍ରାଣ୍ଡ ହେଲେ ଟିଭି ନକଲି । ଖୋଦ ରାଜଧାନୀରେ ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ ହୋଇଛି। ୫୦ପ୍ରତିଶତ କମ୍ ଦାମରେ ବିକ୍ରି କରି ଗ୍ରାହକଙ୍କୁ ଠକୁଥିଲେ । ଭୁବନେଶ୍ବରରେ ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ ।

ଭୁବନେଶ୍ବରର ୪ଟି ଶୋ ରୁମ୍‌ରୁ ନକଲି ଟିଭି ଜବତ କରିଛି ପୋଲିସ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ବର ଅଞ୍ଚଳରେ ଥିବା ୪ଟି ଟିଭି ଶୋ ରୁମରୁ ୧୨୦ଟି ଡୁପ୍ଲିକେଟ୍ ଏଲଇଡି ଟିଭି ଜବତ ହୋଇଛି । ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌। କ୍ଷ୍ମୀସାଗର ନେତାଜୀ ମାର୍କେଟ୍ ଅଞ୍ଚଳର ଖୁସି ଇଲେଟ୍ରୋନିକ୍ସର ମାଲିକ ଟି. ପ୍ରଭାକର ରାଓ, ବଡ଼ଗଡ଼ ଟଙ୍କପାଣି ରୋଡରେ ଥିବା ସାଇ ଇଲେକ୍ଟ୍ରୋନିକ୍ସର ମାଲିକ ଶିବ ପ୍ରସାଦ ସାହୁ, ଏୟାରପୋର୍ଟ କାରର୍ଗିଲ ବସ୍ତି ଅଞ୍ଚଳର ଗଣପତି ଟିଭି ଶୋ ରୁମ ମାଲିକ ମାନସ ଜେନା ଓ ମଞ୍ଚେଶ୍ବର ଇଡକୋ କଲୋନୀରେ ଥିବା ୟୁନାଇଟେଡ୍ ଇଲେକଟ୍ରୋନିକ୍ସର ମାଲିକ ସାମିନ ଖାନ ଗିରଫ ହୋଇଛନ୍ତି ।

ଖବର ପାଇଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି କମିଶନରେଟ୍‌ ପୁଲିସ୍‌। ଡିସିପି କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡେଣ୍ଡ କଂପାନୀର ଲୋଗୋ ଲଗାଇ ଅଭିଯୁକ୍ତମାନେ ଟିଭି ଗୁଡ଼ିକୁ ବିକ୍ରି କରୁଥିଲେ। ଅରିଜିନାଲ ଟିଭିର ଦାମ୍‌ ଠାରୁ ପ୍ରାୟ ଅଧା ଦାମ୍‌ରେ ସେମାନେ ଏହି ଟିଭି ଗୁଡ଼ିକୁ ବିକ୍ରି କରୁଥିଲେ। ବିଶେଷତଃ ବସ୍ତି ଓ ଶସ୍ତାରେ ନାମୀଦାମୀ ବ୍ରାଣ୍ଡର ଟିଭି ଖୋଜୁଥିବା ଲୋକଙ୍କୁ ସେମାନେ ଟାର୍ଗେଟ୍ କରୁଥିଲେ। ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୋଲିସ କହିଛି ।ହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା ।

Comments (0)
Add Comment