ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଦୂତୀ ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି’ର ଚତୁର୍ଥ ଚାମ୍ପିୟନଶିପରେ ନୂଆ ଜାତୀୟ ରେକର୍ଡ କରିଛନ୍ତି। ସେ ୧୦୦ ମିଟର୍ ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ତେବେ ଦୁଃଖର ବିଷୟ ହେଉଛି, ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି । ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହେଁ ଦୂତୀ ଅଲିମ୍ପିକକୁ ଅଳ୍ପକେ କ୍ୱାଲିଫାଏ କରିବାକୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ୧୦୦ ମିଟରରେ ଦୂତୀଙ୍କ ନାଁରେ ରେକର୍ଡ ୧୧.୨୨ ସେକେଣ୍ଡ ଥିଲା।
ଆଜି ଭାରତୀୟ ଧାବିକା ମାନଙ୍କର ରେସରେ ଦୂତୀ ସବୁଠୁ ଆଗରେ ରହିଥିଲେ । ସେ ୧୦୦ ମିଟର ରେସକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ । ତାଙ୍କ ପଛକୁ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ସେହିପରି ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ରେସ୍ ଅତିକ୍ରମ କରିଥିଲେ । ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହେଁ ଦୂତୀ ଅଲିମ୍ପିକକୁ ଅଳ୍ପକେ କ୍ୱାଲିଫାଏ କରିବାକୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ ପାଇଁ କ୍ୱାଲିଫାଏ ଟାଇମିଂ ୧୧.୧୫ ସେକେଣ୍ଡ ଧାର୍ୟ୍ୟ ଅଛି। କିନ୍ତୂ ଦୂତୀ ୦.୦୨ ସେକେଣ୍ଡ ପାଇଁ ଏହି ବଡ଼ ସଫଳତାରୁ ବଞ୍ଚିତ ହୋଇଛନ୍ତି। ସେହିପରି ୧୦୦ ମିଟରରେ ଅଲିମ୍ପିକକୁ କ୍ୱାଲିଫାଏ କରିବା ପାଇଁ ଦୂତୀଙ୍କ ପାଖରେ ଆଉ ଗୋଟିଏ ମାତ୍ର ସୁଯୋଗ ରହିଛି। ଜୁନ୍ ୨୫ ତାରିଖରେ ପଟିଆଲାରେ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍ ଜରିଆରେ ଦୂତୀ କ୍ୱାଲିଫାଇଙ୍ଗ୍ ମାର୍କ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ କ୍ୱାଲିଫାଏ ସମୟ ସୀମା ଜୁନ୍ ୨୯ ତାରିଖ ଧାର୍ୟ୍ୟ କରାଯାଇଥିବା ବେଳେ ତାଲିକା ଜୁଲାଇ ୧ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ।